ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ଅଭିଯୁକ୍ତ ଓ ପୀଡିତାଙ୍କ ବିବାହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଥିଲା । ଆମ୍ବେଦକରକୁ ସାକ୍ଷୀ ରଖି ଜ୍ଞାତି, କୁଟୁମ୍ବଙ୍କ ଉପସ୍ଥିତିରେ ଫୁଲମାଲ ଦେଇ ବିବାହ କରିଛନ୍ତି ଅଭିଯୁକ୍ତ ଓ ପୀଡ଼ିତା । ସୋସିଆଲ ମିଡ଼ିଆରୁ ସମ୍ପର୍କ, ପରେ ଗଢ଼ିଉଠିଲା ପ୍ରେମ । ପୁଣି ପ୍ରତାରଣା । ପ୍ରେମିକାଙ୍କୁ ପ୍ରତାରିତ କରି ଜେଲ ଯାଇଥିଲା ପ୍ରେମିକ । ଏବେ ଉଭୟ ପ୍ରେମୀ ଯୁଗଳ ଜୀବନ ସାଥି ହେବାର ନିଷ୍ପତ୍ତି ନେଇଛନ୍ତି । ସୂଚନାରୁ ବେଲପଡା ଥାନା ବାଗଦୋର ଗ୍ରାମର ସୁରୁ ଓରଫ ଉପେନ୍ଦ୍ର କାଣ୍ଡ ସିନ୍ଧେକେଲା ଥାନା ପୁତୁଲାତଲାଇ ଗ୍ରାମର ସଙ୍ଗୀତା ପୁଞ୍ଜିକୁ ଭଲ ପାଉଥିଲେ । ସୋସିଆଲ ମିଡିଆରୁ ଦୁହିଁଙ୍କର ସମ୍ପର୍କ ଗଢି ଉଠିଥିଲା । ଉଭୟେ ଅଗଷ୍ଟ ୪ ତାରିଖରେ ଘରୁ ପଳାଇଥିଲେ । ଅଗଷ୍ଟ ୫ ତାରିଖ ଦିନ ଯୁବତୀଙ୍କୁ ଛାଡିଦେଇ ଫେରାର ମାରିଥିଲା ପ୍ରେମିକ ସୁରୁ କାଣ୍ଡ । ଯୁବତୀଙ୍କୁ ଧକ୍କା ଦେବା ପରେ ଯୁବତୀ ଜଣକ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ଥ ହୋଇଥିଲେ । କଣ୍ଟାବାଞ୍ଜି ପୋଲିସ ସିନ୍ଧେକେଲା ଥାନାକୁ ଜଣାଇଥିଲା । ପୋଲିସ ତଦନ୍ତ କରି ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଥିଲା ଅଭିଯୁକ୍ତ । ଜେଲରୁ ଦୁଇ ମାସ ପରେ ଜାମିନରେ ଆସିଥିଲା ଅଭିଯୁକ୍ତ । ଜାତିସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ମଧ୍ୟସ୍ଥତାରେ ଉଭୟେ ବିବାହ ହେବାକୁ ରାଜି ହୋଇଥିଲେ । ଯୁବତୀ ଜଣକ ମଧ୍ୟ ଜେଲରେ ସାକ୍ଷାତ କରିଥିଲା । ସେଠାରେ ପ୍ରେମିକ ଠାରୁ ବିବାହର ପ୍ରତିଶ୍ରୁତି ପାଇଥିଲା । ଜେଲରୁ ମୁକୁଳିବା ପରେ ଏବେ ସେଇ ଦୁଇ ପ୍ରେମୀଯୁଗଳ ଜୀବନ ସାଥି ହେବାକୁ ବାଛି ନେଇଛନ୍ତି । ଉଭୟେ ବିବାହ ପାଇଁ ରାଜି ହୋଇଥିଲେ । ଜେଳରୁ ବାହାରିବା ପରେ ବଙ୍ଗୋମୁଣ୍ଡା ଆମ୍ବେଦକର ପ୍ରତିମୂର୍ତ୍ତିକୁ ସାକ୍ଷୀ ରଖି ନିଜ ସମ୍ପର୍କୀୟ ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଦୁଇ ପ୍ରେମୀଯୁଗଳ ଫୁଲମାଳ ଦେଇ ବିବାହ କରିଛନ୍ତି । ବଙ୍ଗୋମୁଣ୍ଡା ଯାଦବ ସମାଜ ସଭାପତି ତଥା ଆଇନଜୀବୀ ଯୋଗେନ୍ଦ୍ର ବଛା, ଜୁଜେଷ୍ଟି କାଣ୍ଡ, ମନୋଜ ପୁଞ୍ଜି, ଦଶରଥ ବାଗ, କୁନ୍ତି କାଣ୍ଡ, ଦଉଲତ ଚନ୍ଦନ, ପୁରିତନ ବଗର୍ତ୍ତି, ବସନ୍ତ ପୁଞ୍ଜି, ଦେବ ଧୁଣ୍ଡିଙ୍କ ସହ ଉଭୟ ପକ୍ଷର ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ ।

Leave A Reply

Your email address will not be published.