
ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ବରପାଲିର ମହାନ ପୌରାଣିକ ୧୪୮ତମ ଶୀତଳଷଷ୍ଠୀର ଦେବଦମ୍ପତିଙ୍କ ବିବାହ ବୈଦିକ ରୀତିରେ ସମ୍ପନ୍ନ ହୋଇଯାଇଛି । ଆଜି ହିମାଦ୍ରି ନଗରରେ ବାବା କପିଳେଶ୍ୱର ମାତା ପାର୍ବତୀଙ୍କ ସହ ଦର୍ଶନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଭକ୍ତ ଯୋଗଦାନ କରିଥିଲେ । ଅନ୍ୟପକ୍ଷରେ ତାରକାସୁରର ରାଜତ୍ୱ ଚାଲିଛି । ଆଜିର କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ, ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ସାଂସଦ ପ୍ରଦୀପ ପୁରୋହିତ ଏବଂ ବିକାଶ ଗ୍ରୁପ୍ର ଚେୟାରମ୍ୟାନ ମୁରଲୀ କ୍ରିଷ୍ଣା ଯୋଗଦାନ କରିଥିଲେ ।