centurian jitm

ବିବାହର ପ୍ରତିଶ୍ରୁତି ଦେବା ପଡ଼ିଲା ମହଙ୍ଗା : ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ

ରାଉରକେଲା, (ସସ୍ମିତା ପ୍ରଧାନ) : ବିବାହ ପ୍ରତିଶ୍ରୁତି ଦେଇ ବଳତ୍କାର କରିବା ପଡିଲା ମହଙ୍ଗା । ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ରାଉରକେଲା ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ପି ସୂର୍ଯ୍ୟ ରାଓ । ସୂଚନାଯୋଗ୍ୟ ଯେ, ୨୦୨୦ ଜୁଲାଇ ୬ ତାରିଖ ଦିନ ରାତିରେ ପୀଡ଼ିତା ଲାଠିକଟା ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ବିଶ୍ରା ଥାନା ଅନ୍ତର୍ଗତ ରତିକଣି ଗ୍ରାମର ଶୁକରାମ ନାଗ ସହ ପୀଡ଼ିତାଙ୍କ ୨ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା । ବିବାହର ପ୍ରତିଶ୍ରୁତି ଦେଇ ଶୁକରାମ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଫଳରେ ସେ ୭ ମାସର ଗର୍ଭବତୀ ଅଛନ୍ତି । କିନ୍ତୁ ବର୍ତ୍ତମାନ ଶୁକରାମ ବିବାହ କରିବାକୁ ମନା କରିଥିଲା । ପୁଲିସ ଏକ ମାମଲା ରୁଜୁ କରି ଶୁକରାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସମସ୍ତ ପ୍ରମାଣ ଓ ତଥ୍ୟକୁ ଭିତ୍ତିକରି ଆସାମୀ ଶୁକରାମକୁ ୧୦ ବର୍ଷ କାରାଦଣ୍ଡ ଓ ପୀଡ଼ିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିପୂରଣ ରାଶି ନଦେଲେ ଅଧିକ ୨ ବର୍ଷ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସ୍ୱତନ୍ତ୍ର ସରକାରୀ ଓକିଲ ସୁଦାମ କୁମାର ଦାଶ ଓ ବିଜୟ କୁମାର ଦାସ ପରିଚାଳନା କରୁଥିଲେ ।

Leave A Reply

Your email address will not be published.