ବିବାହ ବନ୍ଧନରେ ବାନ୍ଧି ହେବେ ଆଉ ଦୁଇ ଜିଲ୍ଲାପାଳ

ସମ୍ବଲପୁର/ପୁରୀ : ବିବାହ ବନ୍ଧନରେ ବାନ୍ଧି ହେବେ ଆଉ ଦୁଇ ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା ଥମି ନଥିବାବେଳେ ରାଜ୍ୟର ଆଉ ଦୁଇଜଣ ଜିଲ୍ଲାପାଳ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହ ଚଳିତମାସରେ ବାରଣାସୀଠାରେ ବିବାହ କରିବେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଏହା ସମର୍ଥ ବର୍ମା ଏବଂ ସ୍ୱଧା ଦେବ ସିଂହଙ୍କ ଦ୍ୱିତୀୟ ବିବାହ ହେବ ବୋଲି ଜଣାପଡିଛି । ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ବିବାହ କରିଥିବା ବେଳେ ସ୍ୱଧା ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପ୍ରଥମ ପତ୍ନୀ ଥିଲେ । କିନ୍ତୁ ଉଭୟ ଯୋଡ଼ିଙ୍କ ବିବାହ ବିଚ୍ଛେଦ ହୋଇଥିଲା । ସମର୍ଥ ବର୍ମା ସମ୍ବଲପୁର ଜିଲ୍ଲାପାଳ ଥିବାବେଳେ ପତ୍ନୀ ସୂଚୀଙ୍କ ସହ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ଓ ଉଭୟ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ବିଚ୍ଛେଦ ପରେ ସୂଚୀ ଝାଡ଼ଖଣ୍ଡର ଜଣେ ଆଇଏଏସ୍ ଅଧିକାରୀଙ୍କୁ ବିବାହ କରିଥିଲେ । ସେହିପରି ଚଞ୍ଚଳ ରାଣା ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିଛନ୍ତି ।

୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସମର୍ଥ ବର୍ମା ପୁରୀ ଜିଲ୍ଲାପାଳ ହେବା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ବିଏମ୍‌ସି କମିସନର୍‌, ସମ୍ବଲପୁର ଜିଲ୍ଲାପାଳ ଓ ରାୟଗଡ଼ାର ପିଡି ଡିଆର୍‌ଡିଏ ଭାବେ କାର୍ଯ୍ୟ କରିଥିଲେ । ସେହିପରି ସ୍ୱଧା ଦେବ ସିଂହ ରାୟଗଡ଼ା ଆସିବା ପୂର୍ବରୁ ନୂଆପଡ଼ା ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ ଥିଲେ ।

Leave A Reply

Your email address will not be published.