ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ

ପୁଣେ : ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ଦ୍ବିତୀୟ ମହଲାରେ ଏହି ନିଆଁ ଲାଗିଥିଲା । ପରେ ପରେ ତୀବ୍ର ବେଗରେ ଚାରିଆଡେ ବ୍ୟାପି ଯାଇଥିବା ବେଳେ ଟୀକା ଉତ୍ପାଦନ କେନ୍ଦ୍ରରେ ମଧ୍ୟ ନିଆଁ ଲାଗିଯାଇଥିଲା । ନିଆଁ ଲିଭାଇବା ପାଇଁ ବର୍ତ୍ତମାନ ୧୦ଟି ଦମକଳ ନିୟୋଜିତ କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.