କଣ୍ଟାବାଞ୍ଜିରେ ଦ୍ୱିତୀୟ ଭୂତଳ ରେଲବାଇ ପୁଲ ନିର୍ମାଣ ପାଇଁ ପ୍ରସ୍ତାବ ମଞ୍ଜୁରୀ

କଣ୍ଟାବାଞ୍ଜି, (ଗୁରୁଦୟାଳ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି – ଟିଟିଲାଗଡ଼ ପୂର୍ବତନ ରେଲବାଇ ସେକ୍ସନର କଣ୍ଟାବାଞ୍ଜି ଏନ.ଏ.ସି. ନିକଟରେ ଏକ ଦ୍ୱିତୀୟ ରେଲବାଇ ଭୁତଲ ପୁଲ ନିର୍ମାଣ ପାଇଁ କେନ୍ଦ୍ର ରେଲ ବିଭାଗ ଦ୍ୱାରା ପୂର୍ବତନ ରେଲବାଇ ଭୁବନେଶ୍ୱରକୁ ଚିଠି ମାଧ୍ୟମରେ ମଞ୍ଜୁରି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମତେ ପୂର୍ବରୁ କଣ୍ଟାବାଞ୍ଜି ଏନ.ଏ.ସି. ଛକ ନିକଟରେ ଏକ ରେଲବାଇ ଫାଟକ ରହିଥିଲା । ରେଲବାଇଦ୍ୱାରା କଣ୍ଟାବାଞ୍ଜି – ଟିଟିଲାଗଡ ରେଲ ସେକ୍ସନର ଦୋହରୀକରଣ ଏବଂ ବିଦ୍ୟୁତ୍‌ ସଂଯୋଗିକରଣ ଯୋଗୁଁ ଉକ୍ତ ରେଲଫାଟକକୁ ସବୁଦିନ ପାଇଁ ରେଲ ବିଭାଗଦ୍ୱାରା ବନ୍ଦ କରାଯାଇଥିଲା । ଯାହା ଫଳରେ ଏହି ରେଲ ଫାଟକ ପରିବର୍ତେ ପ୍ରଥମ ଭୁତଲ ପୋଲ ରେଲ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା । ଏହି ଭୁତଲ ପୋଲ ଦେଇ ଜନସାଧାରଣଙ୍କୁ ଏନ.ଏ.ସି. ଅଫିସ, ଡାକ୍ତରଖାନା, ପୋଲିସ ଥାନା, ବ୍ୟାଙ୍କ କାର୍ଯ୍ୟ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସହରକୁ ଯିବାକୁ ହେଲେ ଏକରୁ ଦେଢ କି.ମି. ବୁଲିକି ଯିବାକୁ ପଡୁଥିଲା । ସେହିପରି ସେପଟର ଜନସାଧାରଣଙ୍କୁ ମଧ୍ୟ କୋର୍ଟ, ତହସିଲ ଅଫିସ, ପଶୁଡାକ୍ତରଖାନା, ପି.ଡବ୍ଲୁ.ଡି.ଅଫିସ, ଫରେଷ୍ଟ ଅଫିସ ଏପରି ଅନେକ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟାଳୟକୁ ଯିବାକୁ ହେଲେ ସେହିପରି ବୁଲି ଯିବାକୁ ପଡୁଛି । ରେଲଫାଟକ ବନ୍ଦ ହେବା ଦିନଠାରୁ ଏହି ସବୁ ଅସୁବିଧା ହେତୁ ଜନସାଧାରଣ ବହୁ ଦିନରୁ ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓଙ୍କୁ ଜଣାଇବା ସହିତ ରେଲମନ୍ତ୍ରୀ ଅଶ୍ୱିନି ବୈଷ୍ଣବ କଣ୍ଟାବାଞ୍ଜି ଗସ୍ତରେ ଆସିଥିବା ବେଳେ ଜନସାଧାରଣ ଦାବୀ କରିଥିଲେ । ସେହିପରି ପୂର୍ବତନ ବିଧାୟକ ହାଜୀ ମହମ୍ମଦ ଅୟୁବ ଖାନ ମଧ୍ୟ ଏହି ଦ୍ୱିତୀୟ ଭୁତଳ ପୋଲ ପାଇଁ ବହୁ ଦିନରୁ ଦାବୀ କରିବା ସହ ଦିଲ୍ଲୀ ପର୍ଯ୍ୟନ୍ତ ଯାଇ ରେଲମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଏ ଦିଗରେ ଆଲୋଚନା କରିଆସୁଥିଲେ । ଏହି ଭୁତଳ ପୁଲ ନିର୍ମାଣ ପାଇଁ ପ୍ରସ୍ତାବ ମଞ୍ଜୁର ହୋଇଥିବା ବେଳେ କେନ୍ଦ୍ର ରେଲ ବିଭାଗ ନୂଆଦୀଲ୍ଲିଙ୍କୁ ଚିଠି ନଂ.୨୦୨୩/ସିଇ-ଆଇଭି/ପିଏଚ୍‌୩୦/ୟୁଏମ୍‌ବି-୨୩-୨୪/ଇସିଓଆର୍‌-୧୭୪ବି ତା.୧୨.୭.୨୦୨୩ ହୋଇଛି । ଏହି ଭୁତଳ ପୁଲ ପାଇଁ ୫୧ଲକ୍ଷ ୩୯୦ଟଙ୍କା ବ୍ୟୟରେ ନିର୍ମାଣ ହେବା ପାଇଁ ମଞ୍ଜୁର ହୋଇଛି । ଏହାକୁ ନେଇ କଣ୍ଟାବାଞ୍ଜି ଅଞ୍ଚଳର ଜନସାଧାରଣ ସାଂସଦ ଶ୍ରୀମତୀ ସିଂଦେଓଙ୍କୁ ଧନ୍ୟବାଦ ଦେବା ସହ ପୂର୍ବତନ ବିଧାୟକ ଅୟୁବ ଖାନଙ୍କ ଘରକୁ ପହଞ୍ଚି ଫୁଲତୋଡା ଦେଇ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି ।

Leave A Reply

Your email address will not be published.