ଓପିଏସିରେ କୃତକାର୍ଯ୍ୟ ହେଲେ ଭୂପେଶ ପାଢ଼ୀ

ସାଲେଭଟା, (କେପଏନ୍‌ଏସ୍‌) : ଓପିଏସି ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା ପରିକ୍ଷାରେ କୃତକାର୍ଯ୍ୟ ହେଲେ ବଲାଙ୍ଗିରର ଭୂପେଶ ପାଢ଼ୀ । ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଳକ ବକଟୀ ଗ୍ରାମର ମୁଳବାସିନ୍ଦା ସନ୍ତୋଶ କୁମାର ପାଢ଼ୀ ଓ ପ୍ରିୟମ୍ବଦା ପାଢ଼ୀଙ୍କ ଏକମାତ୍ର ପୁଅ ଅଟନ୍ତି । ଭୂପେଶ ବଲାଙ୍ଗିର କଦମପଡା ଶିଶୁ ବିଦ୍ୟାମନ୍ଦିର ଓ ରାଜେନ୍ଦ୍ର ମହାବିଦ୍ୟାଳୟର ଛାତ୍ର ଅଟନ୍ତି । ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ପରିକ୍ଷା ୩୨୪ ନମ୍ବର ରେଙ୍କରେ ରହି ବାର ସଫଳ ଅର୍ଜନ କରିଛନ୍ତି । ବାପା ସନ୍ତୋଶ କୁମାର ପାଢ଼ୀ ବଲାଙ୍ଗିରରେ ଓକିଲାତି କରୁଥିବା ବେଳେ ମା’ ପ୍ରିୟମ୍ବଦା ପାଢ଼ୀ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ଓପିଏସି ପରିକ୍ଷାଫଳ ଖବର ପ୍ରଚାର ହେବାପରେ ଆଗଲପୁର ବ୍ଳକ ସମେତ ବଲାଙ୍ଗିର ଜିଲ୍ଲାରୁ ଶୁଭେଚ୍ଛା ସୁଅ ଛୁଟୁଛି ।

Leave A Reply

Your email address will not be published.