ମାଉସୀ ମା’ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଶୁକ୍ରବାର ଦିନ ଶାନ୍ତିନଗର ପଦ୍ମପୁରଠାରେ ମାଉସୀ ମା’ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଉତ୍ସବ ଆୟୋଜନ କରାଯାଇଛି । ପ୍ରଥମେ ଡ଼. ଗଦାଧର ରଥଙ୍କ ଘରଠାରୁ କର୍ତ୍ତା ସରୋଜ କୁମାର ରଥ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ନୀଳିମା ରଥଙ୍କୁ ଫୁଲମାଳ ଦେଇ ସ୍ୱାଗତ କରି ମାଉସୀ ମା’ ମନ୍ଦିର କମିଟିର ସଦସ୍ୟ, ଶାନ୍ତିନଗର, ମୈତ୍ରୀନଗର, ମାଷ୍ଟର କଲୋନୀର ମା’ ମାଉସୀମାନେ ପାଛୋଟି ନେଇଥିଲେ । ମନ୍ଦିର ପାଇଁ ଉଦ୍ଧିଷ୍ଠ ଭୂମିଠାରେ ପଣ୍ଡିତ ଅତ୍ରାହି ଭଂଜନ ପାଣିଗ୍ରାହୀ ପୂଜା ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଡ଼.ଦେବାଶିଷ ରଥ, ଉପସଭାପତି ମହେଶ ବେହେରା, ସମ୍ପାଦକ ପ୍ରତାପ ନାଥ, ସହ ସମ୍ପାଦକ ତୁଷାରକାନ୍ତ ପଧାନ, କୋଷାଧ୍ୟକ୍ଷ ଇଂ କୁନାଲ ପାଣିଗ୍ରାହୀ, ତାରା ପ୍ରସାଦ ଶତପଥି, ସୂର୍ଯ୍ୟପ୍ରସାଦ ହୋତା, ଡ. ଗଦାଧର ରଥ, ଡ଼. ବିରଞ୍ଚି ନାରାୟଣ ସାହୁ, ଡ଼. ଅର୍ଜୁନ ଦେବତା, ଜଗବନ୍ଧୁ ପୋଥଳ, ଗଙ୍ଗାଧର ମହାନ୍ତି, ଘନଶ୍ୟାମ ପୁଞ୍ଜି, ପ୍ରୀତିରଞ୍ଜନ ପଧାନ, ଜଗବନ୍ଧୁ ବାବୁ, ଅଶୋକ ଦାସ, ଅଶୋକ ସାହୁ, ମାନସ ରଞ୍ଜନ ମହାନ୍ତି, ଉମାକାନ୍ତ ସାହୁ, ସୁରେଶ ସାହୁ, ବିଜୟ ସାହୁ, ଓକିଲ ସତପଥି, ନୀଳମଣି ସାହୁ, ନିଲୁ ଦାସ, ପ୍ରଫୁଲ୍ଲ ବେହେରା, ବାବୁଲୁ ପାଣିଗ୍ରାହୀ, ଚୂଡ଼ାମଣି ମେହେର, ବିଦ୍ୟାଧର ସାହା ଏବଂ ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.