
ବେଜିଂ : ଗୁରୁବାର ସକାଳେ ଚୀନ୍ର କିଙ୍ଘଇ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ବୋଲି ଚୀନ୍ ଭୂକମ୍ପ ନେଟୱାର୍କ କେନ୍ଦ୍ର (ସିଇଏନ୍ସି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପ ଉତ୍ତର-ପଶ୍ଚିମ ଚୀନ୍ର କିଙ୍ଘଇ ପ୍ରଦେଶର ମାଙ୍ଗ୍ୟା ସହରରେ ଘଟିଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୧୦ କିଲୋମିଟର ତଳେ ଥିଲା । ତେବେ ଭୂକମ୍ପ ଯୋଗୁ ଏପର୍ଯ୍ୟନ୍ତ କାହାର ପ୍ରାଣ ହରାଇଥିବାର ଖବର ମିଳିନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଗୁରୁବାର ସ୍ଥାନୀୟ ସମୟ ସକାଳ ୯ଟାରେ ଭୂକମ୍ପ ଘଟିଛି । ଭୂକମ୍ପ ହେବାରୁ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ ।