ନୂତନ ଉପଖଣ୍ଡ ସ୍ତରୀୟ ମା’ ଓ ଶିଶୁ କେୟାର ହସ୍ପିଟାଲ ନିର୍ମାଣ ପାଇଁ ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ଵାରା ଭୂମି ପୂଜନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡର ନୂତନ ଉପଖଣ୍ଡ ସ୍ତରୀୟ ମା’ ଓ ଶିଶୁ କେୟାର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ପାଇଁ ପାଟଣାଗଡ଼ ରାମପାଲି ଠାରେ ଭୂମି ପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଭୂମି ପୂଜନ ସମାରୋହରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସିଡିଏମ୍‌ଓ ପିତ ବାସ ସା, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ରାସ୍ତା ଓ ଗୃହନିର୍ମାଣ ବିଭାଗ କଣ୍ଟାବାଞ୍ଜି ମୁଖ୍ୟଯନ୍ତ୍ରୀ, ପାଟଣାଗଡ଼ ଆଇଆଇସି, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖଙ୍କ ଉପସ୍ଥିତିରେ ଭୂମି ପୂଜନ କରାଯାଇଥିଲା ।

ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଏହି ଡାକ୍ତରଖାନାଟି ତୃତୀୟ ମହଲା ବିଶିଷ୍ଟ ହେବ। ଏଥିରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଜନସାଧାରଣ ପାଇପାରିବା ସହ ଗର୍ଭବତୀ ମହିଳା ଓ ବିଶେଷ କରି ଶିଶୁ ମାନଙ୍କୁ ଅଧିକ ସୁବିଧା ଯୋଗଇ ଦିଆଯିବ । ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ନୂତନ ଉପଖଣ୍ଡ ସ୍ତରୀୟ ମା’ ଓ ଶିଶୁ କେୟାର ହସ୍ପିଟାଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ଯୋଗୁଁ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ମା’ ଓ ଶିଶୁ କେୟାର ହସ୍ପିଟାଲ ନଥିବାରୁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରୁଥିଲେ । ଡାକ୍ତରଖାନା ନିର୍ମାଣ ହେବା ଫଳରେ ଚିକିତ୍ସା ପାଇଁ ଲୋକେ ବହୁ ଉପକାର ପାଇପାରିବ ବୋଲି ଅଞ୍ଚଳରେ ଆଶାର ସଂଚାର ହୋଇଛି ।

Leave A Reply

Your email address will not be published.