oom

ଐତିହାସିକ ରାମଗଡ଼ ମନ୍ଦିରର ଭୂମି ପୂଜନ

jsmm

ସିନାପାଲି, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ଆଂଚଳର ରାମଗଡ଼ଠାରେ ମା’ ଗଡପତି ଗଢିଏନ ମନ୍ଦିର ନିର୍ମାଣର ଭୂମି ପୂଜନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଭୂମି ପୂଜନରେ ଗଣ୍ଡାବାହାଲି, ସୁନାରିସିକୁଆଁ, ଗମ୍ଭାରିଗୁଡା, ରାମପୁର ଚାରିଟି ଗ୍ରାମ ସମେତ ଆଖପାଖ ଅଂଚଳର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିଲା । ପାରମ୍ପରିକ ବାଜା, ଅସ୍ତ୍ରଶସ୍ତ୍ର, ନୃତ୍ୟ ଗୀତ ଆଦିର ଏକ ବିରାଟ ଶୋଭାଯାତ୍ରା ପ୍ରଥମେ ଗଣ୍ଡାବାହାଲି ଦୂର୍ଗା ମଣ୍ଡପରୁ ବାହାରି ନଗର ପରିକ୍ରମା ପରେ ଐତିହାସିକ ରାମଗଡ଼ ପୀଠରେ ପହଂଚି ଥିଲେ । ଏହା ପରେ ରାମଗଡ଼ ବିକାଶ ସମିତିର ସଭାପତି ରାହାସ ବିହାରି ମେହେରଙ୍କ ପୁରୋଧାରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ଯୁବରାଜ ଦେବ ଦେବ ପ୍ରସାଦ ସିଂୱଦେବ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନର ଶୁଭ ଦେଇଥିଲେ । ଏହି ଅବସରରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ନିଜ ଅଡିଓ ବାର୍ତ୍ତା ମାଧ୍ୟମରେ ମନ୍ଦିର ନିର୍ମାଣର ସଫଳତା କାମନା ସହ ରାମଗଡ଼ ପୀଠକୁ ପୂର୍ଣ୍ଣ ବିକଶିତ କରି ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ସ୍ୱତନ୍ତ୍ର ଉଦ୍ୟମ କରିବେ ବୋଲି ମତ ପୋଷଣ କରିଥିଲେ । ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ସିନାପାଲି ବ୍ଲକ ଉପାଧ୍ୟକ୍ଷା ମୀନା ଘିଭେଲା, ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଜିଲ୍ଲା ପରିଷଦ ସଭ୍ୟା ଯାଜ୍ଞସେନୀ କଟା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଗଣ୍ଡାବାହାଲି ସରପଞ୍ଚ କୌଶଲ୍ୟା ମେହେର, ସୁନରୀସିକୁଆ ସରପଞ୍ଚ ଭୋଲେଶ୍ଵରୀ ଦାସ, ଲର୍କା ସରପଞ୍ଚ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲିଙ୍ଗରାଜ ଘିଭେଲା, ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ଅମିତ ସିଂହଦେଓ, ରାମଗଡ଼ ବିକାଶ ସମିତିର ଉପସଭାପତି ପଙ୍କଜ ମେହେର, ବନମାଳୀ ମେହେର, ନକୁଳ ବୈଠାରୁ, ଶ୍ରୀନାଥ ମେହେର, ବୈକୁଣ୍ଠ ତାଣ୍ଡି ପ୍ରମୁଖ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ରାମଗଡ଼ ବିକାଶ ସମିତିର ସଂପାଦକ ଗୁପ୍ତେଶ୍ୱର ମେହେର ସମସ୍ତଙ୍କୁ ସ୍ୱାଗତ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ସମିତିର ଉପଦେଷ୍ଟା ଦିବାକର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.