
ଭୁବନେଶ୍ୱର, (କେପିଏନ୍ଏସ୍) : ନଭେମ୍ୱରରୁ ୩୦ ଡିସେମ୍ୱର ୪ ତାରିଖ ଯାଏ ଭୁବନେଶ୍ୱରରେ ଆରମ୍ଭ ହେବ ମେକଇନ୍ ଓଡ଼ିଶା କନକ୍ଲେଭ-୨୦୨୨ । ଏହି ଅବସରରେ ଆଜି ଜନତା ମଇଦାନ ଠାରେ ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ଏହି ଭୂମି ପୂଜନ କାର୍ଯ୍ୟକୁ ସମାହିତ କରିଥିଲେ । ଏହି ଅବସରରେ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା କହିଛନ୍ତି, ୨୦୧୬ରେ ପ୍ରଥମ ଓ ୨୦୧୮ରେ ଦ୍ୱିତୀୟ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ୱେବସାଇଟ ଏବଂ ମୋବାଇଲ ଆପ୍ର ଶୁଭାରମ୍ଭ କରିଥିଲେ । ଆଜି ଏହି ଉପଲକ୍ଷେ ପାଲିଲିୟନ୍ ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଛି । ମେକ୍ ଇନ୍ ଓଡ଼ିଶାରେ ଯେଉଁମାନେ ଅଂଶଗ୍ରହଣ କରିବେ, ସେମାନଙ୍କର ପଞ୍ଜିକରଣ ଆରମ୍ଭ ହୋଇଯାଇଛି । ଏହି ସଂସ୍କରଣ ପାଇଁ ଜନତା ମଇଦାନରେ ପାଭିଲିୟାନ ପ୍ରସ୍ତୁତି ପାଇଁ ଆଜି ଶୁଭାରମ୍ଭ ହୋଇଛି ବୋଲି ସେ କହିଛନ୍ତି ।