ପରିବାରବର୍ଗଙ୍କ ଅଭିଯୋଗ : ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭୁଲ୍‌ ଇଞ୍ଜେକସନ୍ ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କୁ ଭୁଲ ଇଞ୍ଜେକସନ୍ ଦେବାରୁ ଚାଲିଗଲା ଯୁବକଙ୍କ ଜୀବନ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୁବକ ଜଣକ ଇଚ୍ଛାପଡାର କାହ୍ନା ରାଉତ ବୋଲି ଜଣାପଡିଛି । ପରିବାର ଲୋକଙ୍କ କହିବାନୁସାରେ ଗତକାଲି କାହ୍ନାଙ୍କ ଛାତିରେ ଦରଜ ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଚିକିତ୍ସା ଆରମ୍ଭ କରାଯାଇ ଡାକ୍ତର ତାଙ୍କୁ ଇଞ୍ଜେକସନ୍ ଦେଇଥିଲେ । ଫଳରେ କାହ୍ନାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଡାକ୍ତରଙ୍କୁ ନପାଇ ଉତ୍ତେଜନା ବୃଦ୍ଧିକୁ ଦେଖି ପୁଲିସ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୁତୟନ କରାଯାଇଥିବା ବେଳେ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ କାହ୍ନାଙ୍କ ପରିବାରକୁ କାହ୍ନାଙ୍କ ମୃତଦେହ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!