ମଦ୍ୟପମାନେ ଭୁଲି ଗଲେ ମାନବିକତା : ଯୁବକଙ୍କ ମଳଦ୍ୱାରରେ ଜୋର ଜବରଦସ୍ତି ଭର୍ତ୍ତି କଲେ ଷ୍ଟିଲ ଗ୍ଲାସ

ଦେଓଗାଁ, (ମନୀଷ କୁମାର ସାହୁ) : ମଦ୍ୟପମାନେ ଭୁଲି ଗଲେ ମାନବିକତା ଓ ଜଣେ ଯୁବକଙ୍କ ମଳଦ୍ୱାରରେ ଜୋର ଜବରଦସ୍ତି ଭର୍ତ୍ତି କରିଦେଇଛନ୍ତି ଷ୍ଟିଲ ଗ୍ଲାସ । ଏଭଳି ଏକ ଘଟଣା ଦେଓଗାଁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, କରୁଣା ଭୋଇ (୧୮) ନାମକ ଜଣେ ଯୁବକ ବୁଧବାର ସନ୍ଧ୍ୟାରେ ଗାଁ ନିକଟ ବନ୍ଧକୁ ଶୌଚ ପାଇଁ ଯାଉଥିବା ବେଳେ ତିନି ଜଣ ଅଚିହ୍ନା ନିଶାସକ୍ତ ଯୁବକଙ୍କ ହାବୁଡ଼ରେ ପଡ଼ିଥିଲେ । ତେବେ ନିଶାସକ୍ତ ଯୁବକମାନେ କିଛି ନବୁଝି ସୁଝି କରୁଣାଙ୍କ ମଳଦ୍ୱାରରେ ଜୋର ଜବରଦସ୍ତି ଏକ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଦେଇଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲେ ମଧ୍ୟ ଏଠାରେ ଅସ୍ତ୍ରୋପଚାର ସୁବିଧା ନଥିବାରୁ ତାଙ୍କୁ ବୁର୍ଲା ଭିମସାର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.