jayashree

କାଠମାଣ୍ଡୁରେ ଭୂମିକମ୍ପ ଅନୁଭୂତ

ନେପାଳ : ଆଜି ସକାଳେ ନେପାଳର ରାଜଧାନୀ କାଠମାଣ୍ଡୁରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଭୂକମ୍ପର ତୀବ୍ରତା ଥିଲା ୫.୫ । ତେବେ ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି ।

ସୂଚନାନୁସାରେ, ବିହାରର ଅନେକ ଜିଲ୍ଲାରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଦେଖିବାକୁ ମିଳିଛି । ସକାଳ ୭.୫୮ ରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା । ରବିବାର ସକାଳେ ନେପାଳର ରାଜଧାନୀ କାଠମାଣ୍ଡୁରେ ସବୁକିଛି ସ୍ୱାଭାବିକ ଥିଲା । ଛୁଟିଦିନ ଥିବାରୁ ଲୋକମାନେ ସେମାନଙ୍କ ଘରେ ଥିଲେ । କିନ୍ତୁ ହଠାତ୍ ଦୋହଲିଥିଲା ମାଟି । ଲୋକେ ପୃଥିବୀର କମ୍ପନ ହେଉଥିବା ଅନୁଭବ କରିଥିଲେ । ଭୟରେ ଲୋକେ ଘରୁ ବାହାରି ଆସିଥିଲେ ।

Leave A Reply

Your email address will not be published.