om academy

ଆଜିଠୁ “ଭୁଫେଷ୍ଟୋ-୨୦୨୩’ ଆରମ୍ଭ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କାହାଣୀ ଶୁଣାଇବେ ଷ୍ଟୋରୀ ଟେଲର୍‌ । ହସେଇବେ, କନ୍ଦେଇବେ ପୁଣି ରୋମାଞ୍ଚପୂର୍ଣ୍ଣ କାହାଣୀ ଓ ଲୋକକଥା ଶୁଣାଇବେ । କାରଣ ଶନିବାରଠୁ ଆରମ୍ଭ ହେଉଛି ସର୍ବବୃହତ୍‌ ଅନ୍ତର୍ଜାତୀୟ ଓରାଲ୍‌ ଷ୍ଟୋରି ଟେଲିଂ ଫେଷ୍ଟିଭାଲ୍‌-ଭୁଫେଷ୍ଟୋ (ଭୁବନେଶ୍ୱର ଫେଷ୍ଟିଭାଲ୍‌ ଅଫ୍‌ ଷ୍ଟୋରି ଟେଲିଂ)-୨୦୨୩ ।

ପ୍ରଥମ ଦିବସରେ ଆଇଜି ପାର୍କରେ ଆମେରିକାର ଆଣ୍ଟୋନିଓ ରୋଚା, ନୀଲେଶ ମିଶ୍ର, ନୁପୂର ଅଗ୍ରୱାଲ ଓ କୁନା ତ୍ରିପାଠୀ, ବୁଦ୍ଧ ପାର୍କରେ ଇଣ୍ଡୋନେସିଆର ଆରିଓ, ସ୍କଟ୍‌ଲ୍ୟାଣ୍ଡ୍‌ର ମାରିନୋ କେନୀ, କପିଲ ପାଣ୍ଡେ ଓ ହୃଦୟ ରଞ୍ଜନ, କଳାଭୂମିରେ ସିଙ୍ଗାପୁରର ରୋଜର ଜେନକିନ୍ସ, ଦ ପପେଟାରିଆନ୍ସ, ଅକ୍ଷୟ ଗାନ୍ଧି ଓ ପ୍ରାଚୀ ତାରା, କଲାମ୍‌ ପାର୍କରେ ଦକ୍ଷିଣ ଆଫ୍ରିକାର ବୋଙ୍ଗିସ୍‌ୱା, ଦ ପପେଟାରିଆନ୍ସ, ଅନୁଭା ଦଶପାଲ ଓ ଲୋପାମୁଦ୍ରା ମହାନ୍ତି କାହାଣୀ ପରଷିବେ । ସେହିପରି ଅନ୍ୟ ଦିନମାନଙ୍କରେ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.