ଶ୍ରୀ ଅରବିନ୍ଦ ସ୍କୁଲରେ ଭ୍ରାମ୍ୟମାଣ ପାଠାଗାର

ବରଗଡ, (ସତ୍ୟନାରାୟଣ ପଧାନ) : ପୁସ୍ତକ ଏକ ଉତ୍ତମ ବନ୍ଧୁ । ଯିଏ ପୁସ୍ତକ ସହ ଯେମିତି ବନ୍ଧୁତା ସ୍ଥାପନ କରିଛି ସିଏ ଭବିଷ୍ୟତକୁ ସେମିତି ଗଢିଛି । ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକ ପଠନ ପ୍ରତି ଯତ୍ନବାନ ହେବାକୁ ଲାଦେରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସର ମଧ୍ୟରେ ଆୟୋଜିତ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମରେ ଯୋଗଦାନ କରି ବକ୍ତା ଗଣ ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ଟିକେଲାଲ୍ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଶେଷଦେବ ନାୟକ ଓ ଅବସରପ୍ରାପ୍ତ ଅଧ୍ୟାପକ ତିଳକରାମ ପ୍ରଧାନ, ଗୀତିକାର ସରୋଜ କୁମାର ରଥ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଭ୍ରାମ୍ୟମାଣ ପାଠାଗାରର ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅପା ଭାଇଙ୍କ ମଧ୍ୟରୁ ବବ୍ରୁବାହନ ମିଶ୍ର, ନିରଞ୍ଜନ ପଶାୟତ, ହରିବୋଲ ଅଦାବର, ଧର୍ମରାଜ ସାହୁ, ଜୟଶ୍ରୀ ନନ୍ଦ, ମିଳନୀକା ନନ୍ଦ ଓ ମମତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପୁସ୍ତକ ପଠନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ରସ୍ମିତା ସାହୁ, ଦେବାଶିଷ ସାହୁ ଓ ଋତୁପର୍ଣ୍ଣା ପଣ୍ଡା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଶେଷରେ ଯତୀନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିଶୁଶ୍ରୀର ଆବାହକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ।

Leave A Reply

Your email address will not be published.