ଡେଲାଙ୍ଗରେ ପ୍ରଚାର ଜମୁଛି : ପଂଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଓ ଘରକୁ ଘର ବୁଲି ପ୍ରାର୍ଥୀଙ୍କ ଭୋଟଭିକ୍ଷା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥିଙ୍କ ପାଇଁ ହେଭିୱେଟ ନେତା ଓ ମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ଦଳର ବିଧାୟକ ପ୍ରାର୍ଥୀଙ୍କ ପାଇଁ ଗଡମୋଟରୀ ପଂଚାୟତ ଗଣ୍ଡପଡା ଉଗ୍ରେଶ୍ୱର ଦେବଙ୍କ ପୀଠସ୍ଥଳୀରେ ଆଜି ପଂଚାୟତ ସ୍ତରୀୟ କର୍ମୀ ବୈଠକ ଅନୁ୍‌ଷ୍ଠିତ ହୋଇଯାଇଛି । ଏଥିରେ ଗଣ୍ଡପଡା ଗ୍ରାମର ଏକ ଓ ଦୁଇ ନମ୍ବର ୱାର୍ଡର ସାତଶହରୁ ଅଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ । ଗଡମୋଟରୀ ପଂଚାୟତ ସରପଂଚଙ୍କ ପ୍ରତିନିଧି ରମଣି ରଞ୍ଜନ ଚମ୍ପତିରାୟ ସଭାପତିତ୍ୱ କରିଥିଲେ । ଏଥିରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ରାଜନଗର ବିଧାୟକ ଧୃବଚରଣ ସାହୁ, ପର୍ଯ୍ୟବେକ୍ଷକ ସ୍ୱରାଜ ଲକ୍ଷ୍ମୀ ସାମଲ ଓ ଦୀପକ କୁମାର ମହାପାତ୍ର, ବିଜେଡି ନେତା ସୁଶିଲ ରାୟ, ବରିଷ୍ଠ ବିଜେଡି ନେତା ଆର୍ତତ୍ରାଣ ସାହୁ, ଗଡମୋଟରୀ ପଂଚାୟତ ବିଜେଡି ସଭାପତି ବିଜୟ ଚମ୍ପତିରାୟ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ରାଉତରାୟ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି ଏହି ସମ୍ମିଳନୀରେ ଯୋଗଦେଇ ଜନସାଧାରଣ ଆଶିର୍ବାଦ କାମନା କରିବା ସହ ଦିବଙ୍ଗତ ବିଧାୟକ ସ୍ୱଗତଃ ପ୍ରଦୀପ ମହାରଥିଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଗଣ୍ଡପଡା ଗ୍ରାମର ଯୁବ ବିଜେଡି କର୍ମୀ ସୁଶାନ୍ତ ଘଡେଇଙ୍କ ନେତୃତ୍ୱରେ ଯୁବନେତା ବିଶ୍ୱମ୍ବର ସେଠୀ ଶରତ ଘଡେଇ, ରୁପା ବେହେରା ଓ କାମେନୀ ଘଡେଇ ପ୍ରମୁଖ ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଜେଡି ନେତା ବିଜୟ ଚମ୍ପତିରାୟ ଧନ୍ୟବାଦ ଦେଇଥିଲେ । ସେହିପରି ରେଂଚ ଓ ବେରବୋଇ ପଂଚାୟତରେ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ଅନ୍ୟପଟେ ଗୁଆଳିପଡା ପଂଚାୟତରେ ରୁଦ୍ର ପ୍ରତାପ ମହାରଥିଙ୍କ ଧର୍ମପତ୍ନୀ ଜାଗୃତୀ ମହାରଥି ଘରକୁ ଘର ବୁଲି ସ୍ୱାମୀ ରୁଦ୍ରଙ୍କ ପାଇଁ ଭୋଟଭିକ୍ଷା କରିଛନ୍ତି ।

Leave A Reply

Your email address will not be published.