ଡେଙ୍ଗପଦର ୟୁପି ସ୍କୁଲର ଛାତ୍ରଛାତ୍ରୀ ସର୍ଫ ଡିଟରଜେଣ୍ଟ ମିଶା ମଧ୍ୟାହ୍ନ ଭୋଜନ ଖାଦ୍ୟ ଅସୁସ୍ଥ : ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ଭର୍ତ୍ତି
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ମାଲେଶିରା ପଞ୍ଚାୟତ ଡେଙ୍ଗପଦର ୟୁପି ସ୍କୁଲର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ମୁଣ୍ଡ ବୁଲାଇବା ସହ ବାନ୍ତି ହେବା ଫଳରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲକୁ ଆଣି ଚିକିତ୍ସା କରାଯାଉଛି । ଖବର ମିଳିବା ଭିତରେ ୩୫ ଜଣ ଛୁଆ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଗୋପବନ୍ଧୁ ସାହୁ ଆସି ସମସ୍ତଙ୍କୁ ଚିକିତ୍ସା ପ୍ରଦାନ କରିଛନ୍ତି । କେହି ବି ସଙ୍କଟାପନ୍ନ ନ ଥିବା ଜଣାପଡିଛି । ଆହୁରି ଛୁଆଙ୍କୁ ମଧ୍ୟ ଆମ୍ବୁଲାନ୍ସ ଯୋଗେ ଅଣା ଯାଉଥିବା ସୂଚନା ମିଳିଛି । ମଧ୍ୟାହ୍ନ ଭୋଜନ ରାନ୍ଧିବା ସମୟରେ ପାଚିକା ସର୍ଫ ଡିଟରଜେଣ୍ଟ ପକାଇ ଦେଇଥିଲେ । ସର୍ଫ ଡିଟରଜେଣ୍ଟ ପଡ଼ିବା ପରେ ଉପରୁ ଉପରୁ ସର୍ଫ କାଢି ବାକି ଖାଇବା ଛୁଆଙ୍କୁ ଦେଇଥିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି ।