ମହିମା ଆଶ୍ରମରେ ସାମୁହିକ ନବାନ୍ନ ଭକ୍ଷଣ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ହାତୀ ବେରେଜ ପାର୍ଶ୍ଵରେ ଅବସ୍ଥିତ ବନଭୂମି ମହିମା ଆଶ୍ରମଠାରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଶ୍ରାବଣ ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀ ତିଥିରେ ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ନବାନ୍ନ ଭକ୍ଷଣ ସମ୍ପନ୍ନ ହୋଇଯାଇଛି । ସାଧୁ ମଧୁସୂଦନ ଦାସ, ମହେନ୍ଦ୍ର ଦାସ, ଗୁଣନିଧି ତ୍ୟାଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯଜ୍ଞ କର୍ମ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଅଖଣ୍ଡ ଧୁନି ପରେ ପୂର୍ଣ୍ଣାହୁତି ଦେଇ ସାମୁହିକ ନବାନ୍ନ ଭକ୍ଷଣ କରାଯାଇ ଥିଲା । ଜଗତର କଲ୍ୟାଣ ସହ ପ୍ରକୃତି ପୂଜାକୁ ଗୁରୁତ୍ୱ ଦେଇ ଘୃତ ଆହୁତି ଦିଆ ଯାଇଥିଲା । ଏହି ଅବସରରେ କଳାହାଣ୍ଡି ଓ ପଡୋଶୀ ଜିଲ୍ଲାମାନଙ୍କରୁ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । କିଆପଦର୍ ସାଧୁ ସିଦ୍ଧେଶ୍ୱର ଦାସ, ହିନ୍ଦୋଳ ଆଶ୍ରମର ସାଧୁ ଯଦୁମଣି ଦାସ ଆମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.