ଦେଓଗାଁ ବ୍ଲକର ୩ଟି ଗାଁରେ ପାନୀୟ ଜଳ ଯୋଗାଣର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନରସିଂହ ମିଶ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଅପରାହ୍ନରେ ଦେଓଗାଁ ବ୍ଲକ କୁତୁର୍ଲା, ଲଣ୍ଡାପଥର ଏବଂ ରୁଗୁଡ଼ିପାଲି ଗାଁରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ନରସିଂହ ମିଶ୍ର । ଅପରାହ୍ନ ୫ଟାରେ କୁତୁର୍ଲା ପଞ୍ଚାୟତ ପରିସରରେ ବସି ଦେଓଗାଁ ବ୍ଲକ କୁତୁର୍ଲା ଗାଁରେ ଏକ ବୈଠକରେ କୁତୁର୍ଲା, ଆମ୍ବପାଲି, ମୁରସିଂ ଓ ପଶୁପାଲି ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ ଶ୍ରୀ ମିଶ୍ର । ମୁରସିଂରେ ଦୁଇ ଦିନ ହେଲା ଟ୍ରାନ୍ସଫରମର ପୋଡ଼ିଥିବାରୁ ଗାଁ ଲୋକ ଅନ୍ଧାରରେ ଥିବା ବିଷୟରେ ଅବଗତ କରିବା ପରେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଫୋନ କରି ପ୍ରଥମେ ବିଦ୍ୟୁତ ସଂଯୋଗ ପରେ ବାକି କଥା ବୋଲି ନିର୍ଦେଶ ଦେଇଥିଲେ । ସେହିପରି ଲଣ୍ଡାପଥର ଗାଁରେ ହୋଇଥିବା ଆଲୋଚନାରେ ରଜା ଘରର ଗୁମର କଥାକୁ ନେଇ ଲୋକମାନେ ମହିଳା ପ୍ରତି ଅନ୍ୟାୟ ବୋଲି ମତ ଦେଇଥିବା ଦେଖିବାକୁ ମିଳିଥିଲା । କୁତୁର୍ଲାରେ ହୋଇଥିବା କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଯଜ୍ଞେଶ୍ୱର ବାବୁ, ଭାଗବତ ନାୟକ, ପ୍ରସନ୍ନ କୁମାର ପଣ୍ଡା, କୁତୁର୍ଲା ସରପଞ୍ଚ ତେଜ ହରପାଲ, ସମିତି ସଭ୍ୟ ପଙ୍କଜିନୀ ଛତ୍ରିଆ, ବଲାଙ୍ଗିର ସେବାଦଳ ମୁଖ୍ୟ ଅସୀତ ମିଶ୍ର, ବ୍ଲକ ବିଧାୟକ ପ୍ରତିନିଧି କାନ୍ତେଶ୍ୱର ପଧାନ, ବ୍ଲକ କଂଗ୍ରେସ କମିଟି ସଭାପତି ରାମଜୀ ଚୌଧୁରୀ ପ୍ରମୁଖ ଯୋଗଦେଇଥିବା ବେଳେ ପୂର୍ବ ବ୍ଲକ ଅଧ୍ୟକ୍ଷ କୈଳାଶ ତାଣ୍ଡି, ଡମ୍ବରୁ ହରପାଲ, ବଲରାମ ନାୟକ, ଟୁନା ସାହୁ, ସମୀର ସାହୁଙ୍କ ସହ ପଞ୍ଚାୟତର ୱାର୍ଡ଼ ସଭ୍ୟ ସଭ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.