ପିଏଚ୍‌ଡ଼ି ପାଣି ପାଇପ୍‌ରେ ଫାଟ : ପାଇପ୍‌ ଭିତରକୁ ପଶୁଛି ଡ୍ରେନ୍‌ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଏଚ୍‌ଡ଼ି ପାଣି ପାଇପ୍‌ରେ ଫାଟ ରହିଥିବା ବେଳେ ପାଇପ୍‌ ଭିତରକୁ ପଶୁଛି ଡ୍ରେନ୍‌ ପାଣି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗାନ୍ଧୀନଗରପଡ଼ାର ଗାନ୍ଧୀ ଷ୍ଟେଚ୍ୟୁ ପଟରୁ ରାମଗୋପାଲ ହିନ୍ଦୀ ହାଇସ୍କୁଲକୁ ଯିବା ବେଳେ ବାମକଡ଼ରେ ପଡ଼ୁଥିବା ବ୍ରିଜ୍‌ ତଳେ । ସୂଚନା ଅନୁସାରେ ଏହି ବ୍ରିଜ୍‌ ତଳୁ ପିଏଚ୍‌ଡ଼ି ପାଣି ପାଇପ୍‌ ଯାଇଛି । ଏହି ସ୍ଥାନରେ ପାଣି ପାଇପ୍‌ରେ ଫାଟ ରହିଥିବା ବେଳେ ପାଣି ଆସିବା ବେଳେ ଏଠାରୁ ଲିକେଜ୍‌ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ଯେତେବେଳେ ପାଣି ଯୋଗାଣ ବନ୍ଦ ହୋଇଯାଉଛି ଡ୍ରେନ୍‌ରେ ଆସୁଥିବା ପାଣି ଏହି ପାଇପ୍‌ ଭିତରକୁ ପଶିବା ସ୍ୱଭାବିକ । ଏଭଳି ସ୍ଥିତିରେ ଏହି ପାଇପ୍‌ରୁ ଆସୁଥିବା ପାଣି ପିଉଥିବା ଲୋକେ କେତେ ବିଶୁଦ୍ଧ ପାଣି ପିଉଛନ୍ତି, ତାହା ସହଜରେ ଅନୁମେୟ ।

https://www.facebook.com/100071108198649/videos/588325365694924/

ଏହି ଲିକେଜ୍‌ର ଭିଡ଼ିଓ ଗିରିଧାରି ନାଏକ ନାମକ ଜଣେ ଯୁବକ ନିଜ ଫେସ୍‌ବୁକ୍‌ ଆଇଡ଼ି.ରେ ପୋଷ୍ଟ୍‌ କରିଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ପିଏଚ୍‌ଡ଼ି ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.