csstore

ମାଉସୀ ମା’ ମନ୍ଦିର ପାଇଁ ଭୂମିପୂଜନ କଲେ ବିଧାୟକ

ବରଗଡ, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ ମାଉସୀ ମା’ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଜେପୁର ବିଧାୟକ ସନତ ଗଡତିଆ, ସମ୍ମାନିତ ଅତିଥି ରୂପେ ବିଜେପି ଜିଲ୍ଲା ଉପସଭାପତି ପ୍ରବୀଣ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମଦନ ଦୀପ, ଘନଶ୍ୟାମ ସାହୁ, ବିନାୟକ ଗୁରୁ, ଝସକେତନ ସାହୁ, ବିପିନ ସାହୁ, ଆନନ୍ଦ ମଟାରି ଯୋଗ ଦେଇଥିଲେ ଓ ତାଙ୍କ ସହିତ ଥିଲେ ବିଜେପିର ବରିଷ୍ଠ କର୍ମୀମାନେ । ପ୍ରଥମେ ଗ୍ରାମର ସମ୍ମୁଖରୁ ବାଜା ଓ କୀର୍ତ୍ତନ କରି ଗ୍ରାମବାସୀ ମାନେ ବିଧାୟକଙ୍କୁ ଶୋଭାଯାତ୍ରା କରି ଭୂମିପୂଜନ ସ୍ଥଳକୁ ନେଇଥିଲେ । ସେଠାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମନ୍ଦିର କମିଟିର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.