ଅଶ୍ୱିନୀ ବେହେରାଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଦଳିତ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରପଦର ଗ୍ରାମବାସୀ ଏବଂ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆଶ୍ଵିନୀ ବେହେରାଙ୍କ ହତ୍ୟାକାଣ୍ଡ ମାମଲାର ଦୋଷୀଙ୍କୁ ଗିରଫ ଦାବୀରେ ଆଜି ଗ୍ରାମବାସୀ ଓ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଖଡ଼ିଆଳ ଥାନା ଘେରାଉ କରାଯାଇଛି । ଅଶ୍ୱିନୀ ବେହେରାଙ୍କୁ ଦୀର୍ଘ ୨୦ ଦିନ ପୂର୍ବେ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ପୋଲିସ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବରପଦର ଗ୍ରାମରୁ ଏକ ଶୋଭାଯାତ୍ରା ବାହାରି ଖଡ଼ିଆଳ ଥାନା ନିକଟରେ ପହଞ୍ଚିଥିଲା । ବିକ୍ଷୋଭ ପ୍ରଦର୍ଶନ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଅଛି । ଦଳିତ ଅଧିକାର ମଞ୍ଚ ପକ୍ଷରୁ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି, ଚନାବେଡା ସରପଞ୍ଚଙ୍କ ନେତୃତ୍ବରେ ଆନ୍ଦୋଳନ ବାହାରିଥିଲା । ଅପରପକ୍ଷେ ଖୁବ ଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.