ବରଗଡ଼ ପୋଲିସ ହାଜତରେ ମୃତ ଗୋବିନ୍ଦଙ୍କ ପରିବାରକୁ ସହାୟତା ଦାବୀରେ ବିଜେପିର ବିକ୍ଷୋଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ପୋଲିସ ହାଜତରେ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ଅଭାବନୀୟ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରାଯାଇଛି । ଅଭିଯୁକ୍ତ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମୃତ ଗୋବିନ୍ଦଙ୍କ ପରିବାରର ଭରଣ ପୋଷଣର ଦାୟିତ୍ବ ଗ୍ରହଣ ଓ ପର୍ଯ୍ୟାପ୍ତ କ୍ଷତିପୁରଣ ଦାବୀକରି ବରଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି । ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ଉପସଭାପତି ସୁଶାନ୍ତ ମିଶ୍ର ଏବଂ ଦଳର ନେତୃବୃନ୍ଦଙ୍କ ଉପସ୍ଥିତିରେ ଦାବୀପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.