jayashree

ପବିତ୍ର ଅଁଳା ନବମୀରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ହୋଇଛି । ପବିତ୍ର ଅଁଳା ନବମୀରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିଖିତ ହୋଇଥିବା ଦେଖାଦେଇଛି । ଅଁଳା-କୋଳି ମାଳରେ ଭରପୂର ହୋଇ ଦିଅଁଙ୍କୁ ସୁନ୍ଦର ପରିପାଟୀର ବେଶ ସାଜି ଲାଗି କରାଯାଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଅନୁଷ୍ଠିତ ସ୍ୱତନ୍ତ୍ର ବେଶ ଦର୍ଶନ ଲାଗି କେବଳ ମହିଳା ଭକ୍ତଙ୍କ ସଂଖ୍ୟା ଗରିଷ୍ଠତା ଦେଖାଦେଇଛି । ଯାହାକି ଦୈନିକ ପ୍ରାତଃ ଓ ସନ୍ଧ୍ୟାବେଳେ ଯେତିକି ପରିମାଣରେ ଭିଡ଼ ଜମିଥାଏ, ମଙ୍ଗଳବାର ସନ୍ଧ୍ୟାରେ ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିଖିତ ହୋଇଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ପ୍ରତ୍ୟୁଷରୁ ମଙ୍ଗଳ ଆଳତୀ, ପ୍ରଭାତରେ ରାଜ ଆଳତୀ ଏବଂ ସନ୍ଧ୍ୟା ଆଳତୀ ଦର୍ଶନ କରି ଭକ୍ତଜନ ଆତ୍ମ-ବିଭୋର ହୋଇ ଉଠିଥିବା ଦେଖାଦେଇଛି । ପ୍ରତିଦିନ ସନ୍ଧ୍ୟାବେଳେ ଆକାଶ ଦୀପ ଉଠିବା ବେଳେ ମହିଳା ଭକ୍ତଙ୍କ ହୁଳାହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିବା ଆଜିର ଦିନରେ ମଧ୍ୟ ଏହି ହୁଳାହୁଳି ଧ୍ୱନିର ପ୍ରକମ୍ପ ଖୁବ ନିଆରା ଥିଲା । ମହିଳା ଭକ୍ତଙ୍କର ହୁଳାହୁଳି ପରମ୍ପରା ବଜାୟ ରଖି ଆସିଛି । ଯାହାକି ଏଠାକାର ଜନମାନସକୁ ଭକ୍ତି-ରସାତ୍ମକ ଭାବରେ ସମସ୍ତଙ୍କୁ ନିଆରା ଭାବ ବନ୍ଧନରେ ବାନ୍ଧି ରଖି ଆସିଛି ।

Leave A Reply

Your email address will not be published.