ppurohit

ମାଁ ବୀଣାପାଣି ଆର୍ଟ୍ସ ହବ୍ ପଦ୍ମପୁର ଆନୁକୁଲ୍ୟରେ ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ

2nd

ପଦ୍ମପୁର : ମାଁ ବୀଣାପାଣି ଆର୍ଟ୍ସ ହବ୍ ପଦ୍ମପୁର ଆନୁକୁଲ୍ୟରେ ନୂଆଁଖାଇ ଭେଟଘାଟ୍ ୨୦୨୫ ଶିକ୍ଷା କେନ୍ଦ୍ରର ମୁଖ୍ୟ କିରଣ କୁମାର ବାଗଙ୍କ ଅଧ୍ୟକ୍ଷତାରେ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟପକ ବିଶ୍ୱନାଥ ବାଙ୍କ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆଶୁକବି ଡ଼. ହେମନ୍ତ କୁମାର ଦାଶ ଯୋଗ ଦେଇ ନୂଆଁଖାଇର ବିଶେଷତ୍ଵ ତଥା ଆମର ଭାଷା ଓ ସଂସ୍କୃତି କେତେ ଯେ ମହାନ, ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ମୁକେଶ ଯାଦବ ସଭା ସଞ୍ଚାଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବକବି ସହଦେବ ମେହେର ଓ ଯଶୋବନ୍ତ କୁମ୍ଭାର ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଛାତ୍ର ପ୍ରତ୍ୟଷ କୁମାର ମିଶ୍ର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଶିକ୍ଷକ ଉମେଶ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଇଂରାଜୀ ଶିକ୍ଷକ ଆଦିତ୍ୟ ବନଛୋର ନିଜସ୍ଵ ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.