ନୃସିଂହନାଥ ରାମଚଣ୍ଡୀ ମନ୍ଦିରରେ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ପୀଠରେ ଯୁବ ସଙ୍ଗଠନ ତରଫରୁ ଶହେଟି ପରିବାରରୁ ତିନି ଶହ ଲୋକଙ୍କ ଏକତ୍ରିତ ହୋଇ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଅଞ୍ଚଳରୁ ଅତିଥିମାନେ ଯୋଗ ଦେଇ ସମାଜର ବିକାଶ ଓ ମନ୍ଦିର ଉନ୍ନତି ଦିଗରେ ସମସ୍ତଙ୍କୁ ଏକତା ରଖିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁ, ମହୁଲପାଲି କେନ୍ଦ୍ର ସଭାପତି ଯୁବରାଜ ପ୍ରଧାନ, ଅନିତା ଭୋଇ, ଡ଼ ଅଦ୍ୱିତୀୟ କେଶରୀ ବାରିକ, ପ୍ରଭାତ ବିଶ୍ଵାଳ, ଚତୁର୍ଭୁଜ ସାହୁ, ପୁରୁଷୋତ୍ତମ ପ୍ରଧାନ, ଲିଙ୍ଗ ପ୍ରଧାନ, ବିନୋଦ ବିଶ୍ୱାଳ, ଯୋଗେନ୍ଦ୍ର ଭୋଇ, ତେଜରାଜ ସାହୁ ମତ ରଖିଥିଲେ । ଶେଷରେ ଯୁବ ସଙ୍ଗଠନ ମୁକ୍ତି ପୀଠ ସମ୍ପାଦକ ଭୁବନେଶ୍ଵର ସା ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.