ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଖରାଲି ନିକଟସ୍ଥ ରହେଁନଚୁଆଁମୁଣ୍ଡା ପର୍ଯ୍ୟଟନସ୍ଥଳୀଠାରେ ଶୁକ୍ରବାର ମୁରିବାହାଲ ବ୍ଲକ ବିଜୁ ଜନତା ଦଳ ତରଫରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନଙ୍କ ଆହ୍ଵାନ କ୍ରମେ ତଥା ବିଜେଡି ଯୁବ ନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ଏକ ବନ୍ଧୁମିଳନ ତଥା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଜେଡିର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ରାଜୁ ଘିଭେଲା ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ପୂର୍ବତନ ବଲାଙ୍ଗିର ଜିଲ୍ଲା ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମା ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ପୂର୍ବତନ ବିଜେଡି ବ୍ଲକ ସଭାପତି ଆଶାତୁଲ୍ଲା ଖାନ, ବିଜେଡି ନେତ୍ରୀ ପିଙ୍କି ଖରସେଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସୁନ୍ଦରମତୀ ବାଗ, କିଶୋର ମଛଖଣ୍ଡ, ଦେବାର ବାରିକ, ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ସିରୋଲ ସରପଞ୍ଚ ପ୍ରତିନିଧି ଲମ୍ବୋଦର ବଗର୍ତ୍ତୀ, ମହେଶ ପୁଟେଲ, ଧନଞ୍ଜୟ ମହାନନ୍ଦ, ବିଷ୍ଣୁ ଜୁଏଡ଼, ଚିତ୍ତରଞ୍ଜନ ବାଗ, ଡୁଳାମଣି ବାଗ, କ୍ଷିତିପତି ମହାକୁର, କଶ୍ୟପ ସରାଫ, ଅଗସ୍ତି ବାଗ, ଶ୍ରୀପତି ବଗର୍ତ୍ତୀ, ଯୁଧିଷ୍ଠିର ଭରାସଗରିଆ, ସବ୍ୟସାଚୀ ବେହେରାଙ୍କ ସହିତ ଶତାଧିକ ବିଜେଡି କର୍ମୀ ଯୋଗଦାନ କରି ନୂଆଁଖାଇ ଭେଟଘାଟରେ ସାମିଲ ହୋଇଥିଲେ । ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପୃଷ୍ଟି ସଭା ପରିଚାଳନା କରିଥିଲେ । ସଭା ଆରମ୍ଭରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ତୈଳଚିତ୍ରରେ ପୂଜାର୍ଚ୍ଚନା କରି ପରେ ପରେ ପୂର୍ବତନମନ୍ତ୍ରୀ, ନୂଆପଡା ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ କୁରେପତ୍ରରେ ନୂଆଁଚୁଡା(ପ୍ରସାଦ) ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା । ପରେ ପରେ ସମସ୍ତ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟ ରଖି ଆଗାମୀ ଦିନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ତୃଣମୂଳ ସ୍ତରରୁ ବିଜେଡିକୁ ଆହୁରି ସମୃଦ୍ଧ କରିବା ପାଇଁ ଆହ୍ୱାନ କରିଥିଲେ । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେଡି ଦଳ ନିଜର ଦମ ଦେଖାଇବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । କଣ୍ଟାବାଞ୍ଜିରେ ବିଜେଡି ଯୁବନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ଏକ ସମୃଦ୍ଧ ବିଜେଡି ସଂଗଠନ ହୋଇପାରିବ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଥିଲେ । ସଭା ଶେଷରେ ବିଜେଡି ନେତା ପୁଲସ୍ତି ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।