ଦେଓଗାଁ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ନୂଆଁଖାଇ ଭେଟଘାଟ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୧ଟା ସମୟରେ ଦେଓଗାଁ ଡାକବଙ୍ଗଳା ନିକଟରେ ଦେଓଗାଁ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଗଣ୍ଡା ସମାଜର ସଭାପତି ଯୌବନ ନନ୍ଦଙ୍କ ସଭପତିତ୍ୱ ଓ ସଂପାଦକ ଶ୍ରୀବତ୍ସୀ ନାଗ ଓ ଅଚ୍ୟୁତ ନନ୍ଦଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତରଣୀସେନ ସୁନା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଦେଓଗାଁ ବିଡ଼ିଓ ପ୍ରିୟରଞ୍ଜନ କୁମାର ଓ ସମ୍ମାନିତ ଅତିଥି ଭାବେ ପଞ୍ଚିମ ଓଡ଼ିଶା ଲକ୍ଷେଘର ଗଣ୍ଡା ସମାଜର ସଭାପତି ଓମପ୍ରକାଶ କୁମ୍ଭାର, ଦେଓଗାଁ ବ୍ଲକ ଉପଧ୍ୟକ୍ଷା ସୂର୍ଯ୍ୟକାନ୍ତୀ ଛତ୍ରିଆ, ପୂର୍ବ ଅଧ୍ୟକ୍ଷ କୈଲାସ ତାଣ୍ଡି, ସ୍ୱେଚ୍ଛାସେବୀ ନୀଳକଣ୍ଠ ନାଗ, ବରଗଡ଼ ଜିଳ୍ଲା ଗାଈସିଲେଟ ବ୍ଲକର ସଭାପତି ନର୍ଜଳା ସାଗର ଓ ବଲାଙ୍ଗିର ନିର୍ମାଣ ଶ୍ରମିକ ନେତା ଶମ୍ଭୁ ପ୍ରସାଦ ନାଗ, କୁତୁର୍ଲା ସରପଞ୍ଚ ତେଜ ହରପାଲ, ସମାଜସେବୀ ଡମ୍ଭରୁଧର ହରପାଲ ପ୍ରମୁଖ ଯୋଗଦେଇ ବାବା ସାହେବ ଭୀମ ରାଓ ଅମ୍ବେଦକରଙ୍କ ସ୍ମୃତି ଚାରଣ କରିବା ପୂର୍ବକ ଶିକ୍ଷିତ ହୁଅ, ସଂଘର୍ଷ କର ଓ ସଂଗଠିତ ଓ ସଂଘର୍ଷ କର ବୋଲି କହିବା ସହ ସାମାଜିକ ଭାଇ ମାନଙ୍କୁ ଉଚ୍ଚଶିକ୍ଷା ଲାଭ ପାଇଁ ସାମାଜର ସ୍ରୋତରେ ଲାଗିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ୩ ଜଣ ଅବସର ପ୍ରାପ୍ତ ଶିକ୍ଷକ ଓ ମୁଖମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରଦିପ ଛତ୍ରୀଆ, ରାଷ୍ଟ୍ରିୟ କ୍ରୀଡ଼ା ପ୍ରତିଯୋଗୀ ଭାବେ କୁମାରୀ ରୁକ୍ମଣୀ ରାଣୀ ସୁନାଙ୍କ ସମେତ ୧୫ଜଣ ଛାତ୍ରଛାତ୍ରୀ ଓ ପୁଇଁନ୍ତଲା ବ୍ଲକ ମାଧିଆପାଲି ଗାଁର ଓସିଏସ୍‌ ଲାଭ କରିଥିବା କାହ୍ନା ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ବ ସମିତି ସଭ୍ୟ ଅନାବ ବାରିକ, ରାଜକିଶୋର ବାରିକ, ଦୁର୍ଭିକ୍ଷ ବାରିକ, ରାଜକୁମର ବାରିକ, ଜଗଦିଶ ନନ୍ଦ, ଗୁରୁଦେବ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ହାତୀସରା ବେନାମୁହୁରିଆ କଳାପରିଷଦ ଓ ସୁଲିଆବୁଢ଼ା ଡେନ୍ସ ଗୃପ ପୁରୁଣାପାନୀ ସାଂସ୍କୃତିକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିରେନ୍ଦ୍ର ସୁନା ପରିଚାଳନା କରିଥିବା ବେଳେ ସୁଶୀଲ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.