ଉପରଝରରେ ଉତ୍କଳ କନ୍ଧ ସମାଜ ମାଝୀ ପ୍ରଗଣାର ନୂଆଁଖାଇ ଭେଟଘାଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁରେ ରବିବାର ଦିନ ଉତ୍କଳ କନ୍ଧ ସମାଜ ମାଝୀ ପ୍ରଗଣାର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସଭାପତି ସାଧୁରାମ ମାଝୀ ଏବଂ ସମ୍ପାଦକ ରାଜେନ୍ଦ୍ର ମାଝୀଙ୍କ ନେତୃତ୍ୱରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଟିଟିଲାଗଡ କେନ୍ଦ୍ର କମିଟି ସଭାପତି ଚିନ୍ତାମଣି ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କଳାହାଣ୍ଡି ଜିଲ୍ଲା ଉପସଭାପତି ପ୍ରକାଶ ଚନ୍ଦ୍ର ମାଝୀ, କର୍ଲାମୁଣ୍ଡା ବ୍ଲକ ସମ୍ପାଦକ ସଙ୍କୀର୍ତ୍ତନ ମାଝୀ, ବଲାଙ୍ଗିର କେନ୍ଦ୍ର ସଭ୍ୟ ଯୁବରାଜ ମାଝୀ, ଅମର ଯାନୀ, ସଭ୍ୟା ବହ୍ଲବି ଭୋଇ, କଳାହାଣ୍ଡି କେନ୍ଦ୍ର ସଭ୍ୟ ଦୟାନିଧି ମାଝୀ, ଆଟଗାଁ ପ୍ରଗଣା ସଭାପତି ସାଧୁରାମ ମାଝୀ, ଘୁନସର୍ ପ୍ରଗଣା ସଭାପତି ସତ୍ୟନାରାୟଣ ମାଝୀ, ରାମପୁର ବ୍ଲକ କୈଳାସ ମାଝୀ, ଖପ୍ରାଖୋଲ ସୁକେନ୍ଦ୍ର ମାଝୀ, ପିତାମ୍ବର ପ୍ରାଧାନୀ, ହରିଶ୍ଚନ୍ଦ୍ର ଯାନୀ, ଗୁରୁବିଆ ପ୍ରଗଣା ସଭାପତି ସିମାଞ୍ଚଳ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ୨୦ଟି ପଞ୍ଚାୟତର ସଭାପତିଙ୍କ ସହ ସଭ୍ୟ, ସଭ୍ୟା ଯୋଗ ଦେଇଥିଲେ । ଏହି ବୈଠକରେ ଉତ୍କଳ କନ୍ଧସମାଜ ଏକାଠି ହୋଇ କାମ କରିବାକୁ ମତ ପ୍ରକାଶ କରିଥିଲେ । ଏହି ସଭାରେ ଦଶପୂର ପଞ୍ଚାୟତ ସଭାପତି ସୁଦାମ ମାଝୀ, କୁରୁଲର ମୁଗିର ଭୁଏ, ଆଟଗାଁର ଅର୍ଜୁନ ଭୁଏ, ବରକାନିର ଜଗଦିଶ କୁଅଁର, ପଥର୍ଲାର ଅନ୍ତ କୁଅଁର, ଉଡ଼ାରର କଶ୍ୱନାଥ ଭୋଏ, ବୁବେଲର ମାକ୍ତ ପାତ୍ର, ଶିକାଛିଡାର ରାଧେଶ୍ୟାମ ଭୋଏ, ଘୁନସରର ସତ୍ୟ ମାଝୀ, ଘୁଡକାପଲାର ରବ ଝାଙ୍କର, କୁଲତାପଡ଼ାର ଦିଲୀପ କୁଅଁର ଯୋଗ ଦେଇଥିବା ବେଳେ ଶେଷରେ ଉପରଝର ପଞ୍ଚୟତ ମାଝୀ ପ୍ରଗଣାର ସଭାପତି ତର୍କଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.