ଭୀମ ଆର୍ମି ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ଅଭିନବ ପ୍ରତିବାଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତୋରା ଗ୍ରାମ ପଞ୍ଚାୟତର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ତଦନ୍ତରେ ଅଗ୍ରଗତି ହୋଇପାରୁନାହିଁ । ପୋଲିସ କେସ ମଧ୍ୟ ରୁଜୁ କରୁନାହିଁ । ମୃତ ଗୋବିନ୍ଦ କୁମ୍ଭାରର ପରିବାରକୁ କେବେ ନ୍ୟାୟ ମିଳିବ । ଏହାର ପ୍ରତିବାଦରେ ଆଜି ଭୀମ ଆର୍ମି ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ନ୍ୟାୟ ମାଗିଲେ ଏସପିଙ୍କୁ । ଏସ୍‌ପି ରାହୁଲ ଜୈନ ଏହାର ଜବାବ ନଦେଲା ପର୍ଯ୍ୟନ୍ତ ରାସ୍ତା ଉପରେ ଧାରଣାରେ ବସିବା ସହ ଧାରଣା ରତ କର୍ମୀମାନେ ରାସ୍ତା ଉପରେ ବସି ମଧ୍ୟାହ୍ନ ଭୋଜନ କରି ଅଭିନବ ପ୍ରତିବାଦ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ମାସ ହେବ ଏହି ଘଟଣା ଘଟିଥିଲେ ମଧ୍ୟ ପୋଲିସ କୌଣସି ପ୍ରକାର ଠୋସ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ବିକ୍ଷୋଭକାରୀ ଭୀମ ଆର୍ମି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା ।

Leave A Reply

Your email address will not be published.