ଭୟରେ ଆତଙ୍କିତ ଗ୍ରାମବାସୀ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲାର ଗଂଦିଆ ବ୍ଲକ ଅନ୍ତର୍ଗତ ଦଶମାଣ ପାଟଣା ଗ୍ରାମ ପଞ୍ଚାୟତରେ ତପନ ନାୟକ ନାମକ ଜଣେ ବ୍ୟକ୍ତି ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ରଖିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଢେଙ୍କାନାଳ ଜିଲ୍ଲାର ଗଂଦିଆ ବ୍ଲକ ଅନ୍ତର୍ଗତ ଦଶମାଣ ପାଟଣା ଗ୍ରାମ ପଞ୍ଚାୟତରେ ତପନ ନାୟକ ନାମକ ଜଣେ ବ୍ୟକ୍ତି ପ୍ରାୟ ୩ ବର୍ଷ ତଳେ ଖଣ୍ଡବନ୍ଧ ଗ୍ରାମର ଜଣେ ଧାନ ବ୍ୟବସାୟୀଙ୍କୁ ମାତ୍ର କିଛି ଟଙ୍କା ପାଇଁ ଗୁଳି କରି ହତ୍ୟା କରି ଦେଇଥିବା ବେଳେ ତା’ ନାଁରେ ଯିଏ ବି ଏଫ୍‌ଆଇଆର୍‌ କଲେ ମଧ୍ୟ କିଛି ସୁଫଳ ମିଳୁନାହିିଁ ବୋଲି ଅଭିଯୋଗ ହେଉଛି । ଭୟରେ କୋଣସି ବ୍ୟକ୍ତି ପ୍ରମାଣ ନ ଦେବାରୁ ବେପ୍ରମାଣ ହୋଇ ଖଲାସ ହୋଇଛି ଦୃଦାନ୍ତ ଅଭିଯୁକ୍ତ ବୋଲି ଆଲୋଚନା ହେଉଛି । ଏବେ ମଧ୍ୟ ଦଶମାଣ ପାଟଣା ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ବନ୍ଧୁକ ଦେଖାଇ ଭୟଭୀତ ଅବସ୍ଥାରେ ରଖୁଛି ବୋଲି ଅଭିଯୋଗ ହେଉଛି । ଏହି ଅଭିଯୁକ୍ତ ଜଣଙ୍କ ନାମରେ ନିହାଲପ୍ରସାଦ ଥାନାରେ ସାଧାରଣ ଲୋକେ ଯେତେ କେସ ରୁଜୁ କଲେ ମଧ୍ୟ ପୋଲିସ ବାହିନୀ ନିଜର ହାତ ବାନ୍ଧି ବସୁଛି, କୌଣସି ପଦକ୍ଷେପ ନେଉ ନାହିଁ ବୋଲି ଦଶମାଣ ପାଟଣା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମଗ୍ର ଜନ ସାଧାରଣ ଭୟଭୀତ ହୋଇ ରହିଥିବା ବେଳେ ଘରୁ ବାହାରକୁ ଯିବାକୁ ମଧ୍ୟ ଭୟ କରୁଥିବା କୁହାଯାଇଛି । କାହିଁକି ଏଭଳି ଦୃଦାନ୍ତ ଅପରାଧୀ ବିରୁଦ୍ଧରେ ନିହାଲପ୍ରସାଦ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ଦଶମାଣ ପାଟଣା ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.