jayashree

ଆଦିବାସୀ ସମ୍ପ୍ରଦାୟର ଯୋଗ୍ୟ ହିତାଧିକାରୀଙ୍କୁ କେବେ ମିଳିବ ଭତ୍ତା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ଧବାହାଲି ଗାଁର କୁନ୍ଦା ଜାନି(୭୩) ପ୍ରାୟ ଏକ ବର୍ଷ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅନ୍‌ଲାଇନ୍ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭତ୍ତା ପାଇବାରେ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି । ଏ ବିଷୟରେ ୱାର୍ଡ ସଦସ୍ୟ ଓ ସରପଞ୍ଚଙ୍କୁ ଅନେକ ଥର ଜଣାଇଥିଲେ ମଧ୍ୟ ଗୁହାରି ଶୁଣିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ଶୀଘ୍ର ସମାଧାନ ନିମନ୍ତେ ଦାବୀ ହେଉଛି ।

Leave A Reply

Your email address will not be published.