ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ୬୦ ବର୍ଷରୁ ଅଧିକ ବର୍ଷର ଗରିବ ବୃଦ୍ଧବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତାର ବ୍ୟବସ୍ଥା କରିଛନ୍ତି । ସରକାରଙ୍କ ତରଫରୁ ୬୦ରୁ ୭୯ ବର୍ଷ ବୟସର ବୃଦ୍ଧବୃଦ୍ଧାଙ୍କୁ ୩ ଶହ ଟଙ୍କା ଓ ୮୦ରୁ ଅଧିକ ବର୍ଷ ବୃଦ୍ଧବୃଦ୍ଧାଙ୍କ ପାଇଁ ୫ ଶହ ଟଙ୍କା ଭତ୍ତା ପ୍ରଦାନ ବ୍ୟବସ୍ଥା ରହିଛି । ହେଲେ ଏସବୁ ନିୟମ ପରେ ବି ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ପଞ୍ଚାୟତ କେନକେବା ଗାଁରେ ବ୍ୟତିକ୍ରମ ଦେଖାଦେଇଛି । ସୂଚନା ଅନୁସାରେ ଗାଁର ଅନେକ ବୃଦ୍ଧବୃଦ୍ଧା ଯୋଜନାରୁ ବଞ୍ଚିତ ହେଉଛନ୍ତି । ସମସ୍ତଙ୍କ ବୟସ ପ୍ରାୟ ୭୦ ବର୍ଷ ଉପରେ ଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ସରପଞ୍ଚ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଉଥିବା ଅଭିଯୋଗ ହେଉଛି । ବାରମ୍ବାର ଭତ୍ତା ମିଳିବା ପାଇଁ ଆବେଦନ କରି ମଧ୍ୟ ଭତ୍ତା ମିଳୁ ନଥିବା ଅଭିଯୋଗ ହେଉଛି । ସରକାରଙ୍କ ନିୟମ ଅନୁସାରେ ୬୦ ବର୍ଷ ହେଲେ ଗରିବ ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବ । ଭତ୍ତା ମିଳିବାର ସରକାରଙ୍କ ନିୟମ ଥିବା ବେଳେ କେନକେବା ଗାଁର ବୃଦ୍ଧ ହୃଷିକେଶ ନାଗଙ୍କ ବୟସ ୭୦ ଟପିଥିଲେ ମଧ୍ୟ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି । ଭତ୍ତା ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ ପ୍ରକାଶ କରିଛନ୍ତି । କେନକେବା ଗାଁର ବୃଦ୍ଧାବୃଦ୍ଧଙ୍କୁ କେବେ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ତାହାକୁ ହିଁ ଅପେକ୍ଷା ବୋଲି ମତ ପ୍ରକାଶ ପାଇଛି ।
Next Post