ପାସ୍ ବହିରେ ଭତ୍ତା ଦିଆନଯାଇ ହାତାହାତି ଭତ୍ତା ଦିଆଯିବାକୁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡଡକଲା ଗାଁର ଭତ୍ତା ପାଉଥିବା ହିତାଧିକାରୀମାନେ ଦାବୀ କରିଛନ୍ତି ଯେ, ତାଙ୍କୁ ମିଳୁଥିବା ଭତ୍ତା ପଇସା ତାଙ୍କ ପାସ୍‌ ବହିରେ ନ ଦିଆଯାଇ ହାତରେ ଦିଆଯାଉ । ଆଜିକୁ ଦ୍ଵିମାସ ହେବ ଏଯାଏଁ ଭତ୍ତା ମିଳୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଏହା ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତରେ ଏଭଳି ସମସ୍ୟା ସୃଷ୍ଟି ହେଉଛି । ଭତ୍ତା ହିତାଧିକାରୀମାନେ ନିଜ ନିଜ ପଞ୍ଚାୟତକୁ ଯିବାକୁ ହେଲେ ଜାଗା ଜାଗାରେ ବସି ବସି ଭତ୍ତା ଆଣି ଯାଇଥାନ୍ତି । ଏହିଭଳି ବୁଢା ବୁଢିମାନେ ବ୍ୟାଙ୍କକୁ ଯାଇ ପାଞ୍ଚଶହ ଟଙ୍କା ପାଇଁ ଦିନସାରା ସମୟ ବିତେଇ ଯିବା ଆସିବାରେ ଦୁଇଶହ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଭତ୍ତା ହିତାଧିକାରୀମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି ବୋଲି ହିତାଧିକାରୀ ମାନେ କହିଛନ୍ତି । ଏଥିପ୍ରତି ପ୍ରଶାସନର ଏକ ଦୃଷ୍ଟି ଗୋଚର କରାଯାଉ ବୋଲି ଦାବୀ ହେଉଛି ।

Leave A Reply

Your email address will not be published.