ଲୋୟର ସୁକତେଲ ଡ୍ୟାମ୍‌ରେ ଭାସିଗଲେ ଯୁବକ

ବଲାଙ୍ଗିର : ବଲାଙ୍ଗିର ଲୋୟର ସୁକତେଲ ନଦୀ ଡ୍ୟାମ ନିକଟରେ ରବିବାର ଜଣେ ଯୁବକ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ । ଯୁବକ ଜଣକ ସୁକତେଲ ଡ୍ୟାମକୁ ବଣଭୋଜି କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ନିଖୋଜ ଥିବା ଯୁବକ ଜଣକ ବଜାଜ ଫାଇନାନ୍ସ କଂପାନୀ ସେଲ୍ସ ଏଗ୍‌ଜିକ୍ୱ୍ୟୁଟିଭ ଭାବରେ କାମ କରନ୍ତି । ତାଙ୍କ ନାମ ଇୟେସ ମଲ୍ଲିକ (୨୯) । ଇୟେସ ରବିବାର ଫାଇନାନ୍ସ କର୍ମଚାରୀ ମାନଙ୍କ ସହିତ ଲୋୟର ସୁକତେଲ ପ୍ରକଳ୍ପକୁ ଭୋଜି କରିବାକୁ ଆସିଥିଲେ । ସୁକତେଲ ଡ୍ୟାମର ତଳ ପୋଲ ନିକଟରେ କିଛି ଯୁବକ ଗାଧୋଉଥିଲେ । ସେଠାରେ ଇୟେସ ଗାଧୋଇବା ସମୟରେ ନଦୀ ସୁଅରେ ଭାସି ଯାଇଥିବା କୁହାଯାଉଛି । ଏହି ଖବର ପ୍ରଚାରିତ ହେବା ପରେ ଅଗ୍ନିଶମ ବିଭାଗର ଏକ ଟିମ ମାଗୁରବେଡା ସୁକତେଲ ଡ୍ୟାମ ନିକଟରେ ପହଞ୍ଚି ରାତିରେ ଖୋଜାଖୋଜି କରିଥିଲେ । ସୂଚନା ଅନୁସାରେ ଦୀର୍ଘ ୨୪ ଘଣ୍ଟା ବିତି ଯାଇଥିଲେ ବି ଏଯାଏ ନିଖୋଜ ଯୁବକଙ୍କୁ ଠାବ କରାଯାଇପାରିନାହିଁ । ଭାସିଯାଇଥିବା ଯୁବକ ଜଣକ ହେଲେ ଦୁଲୁପୁର, କିଷାନ ନଗର, କଟକ ଅଞ୍ଚଳର ବୋଲି କୁହାଯାଉଛି ।

Leave A Reply

Your email address will not be published.