
ତେଲକୋଇ : ନୟାକୋଟ ଥାନା କେନ୍ଦୁଗୋଟି ଗାଁ ନିକଟ ବୈତରଣୀ ନଦୀରେ ପୁଅ ସାମ୍ନାରେ ବାପା ଭାସି ଯାଇଥିବା ସୂଚନା ମିଳିଛି । ବାପା ଓ ପୁଅ ବାଇକରେ ଗଲା ବେଳେ ରାସ୍ତାରେ ଥିବା ପୋଲ ବୁଡ଼ିଥିଲା । ପୁଅ ବାଇକରେ ପୋଲ ପାରି ହୋଇଯିବା ପରେ ବାପା ଚାଲି ଚାଲି ଯାଉଥିଲେ । ହ୍ୟୁମ ପାଇପରେ ତିଆରି ପୋଲରେ ଗୋଡ଼ ଖସି ଯିବାରୁ ଭାସି ଯାଇଥିଲେ ବାପା । ପୁଅ ସାମ୍ନାରେ ବାପା ଭାସି ଯିବା ପରେ ନିଖୋଜ ହୋଇ ଯାଇଥିଲେ । ନିଖୋଜ ବାପାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଏ ପର୍ଯ୍ୟନ୍ତ ବାପାର କୌଣସି ପତ୍ତା ମିଳି ନାହିଁ ।