oom

କୋସଲି ଭାଷାବିତ୍ ଡଃ. ନାରାୟଣ ମିଶ୍ରଙ୍କୁ ସମ୍ବର୍ଦ୍ଧିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡଠାରେ ଆୟୋଜିତ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ କୋସଲି ଭାଷା ସାହିତ୍ୟ ସୁରକ୍ଷା ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଅବସରରେ ଝାଁପି ପୁସ୍ତକର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ମାଁ ତାରାତାରିଣୀ ମନ୍ଦିର ପ୍ରାଙ୍ଗଣରେ ସମିତିର ସଭାପତି ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର, ସମ୍ମାନୀୟ ଅତିଥି ଭାବେ କୋସଲି ନାଟ୍ୟାକାର ନିଳମଣୀ ସାହୁ, ଚିତ୍ତରଞ୍ଜନ ଚାନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଝାଁପି ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ପରିପ୍ରେକ୍ଷୀରେ ବଙ୍ଗୋମୁଣ୍ଡା ଅଂଚଳର ବରିଷ୍ଠ ଭାଷାବିତ୍ ତଥା ୬୪ ଯୁଗନୀ ସାହିତ୍ୟ କଳା ପରିଷଦର ସଭାପତି ଡଃ. ନାରାୟଣ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଅନେକ କବି କବିୟତ୍ରୀମାନେ ନିଜର କୋସଲି କବିତା ପାଠ କରିଥିଲେ । ଏହା ପୂର୍ବରୁ ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳ ଓଡିଶା ଏବଂ ମାଧ୍ୟମିକ ଶିକ୍ଷା ପରିଷଦ କଟକ ଆନୁକୂଲ୍ୟରୁ ସଂସ୍କୃତ ସେବକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ମାନ ମିଲିବା ପରେ ଅଂଚଳରେ ଖୁସିର ଲହରୀ ଖେଲିଯାଇଛି । ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jittmm
Leave A Reply

Your email address will not be published.