jayashree

ଭାଷା ଅତୀତର ଅସ୍ତିତ୍ୱ : ଭାଷା ହିଁ ଭବିଷ୍ୟତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ତଥା ଭାଷା ଅତୀତର ଅସ୍ତିତ୍ୱ ଭାଷା ହିଁ ଭବିଷ୍ୟତ ଶନିବାର ଦିନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରା ଯୋଗ ଦେଇଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ, ତୁରେକେଲା ବ୍ଲକ କଳା ପରିଷଦର ସଭାପତି, ଉପସଭାପତି ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ଗ୍ରାମର କଳାକାର କଳା ପ୍ରଦର୍ଶନ କରିଥିଲେ । ଏହା ସହିତ ମିଶନ ଶକ୍ତିର କର୍ମକର୍ତ୍ତା ଓ ମହିଳା, ଏସ୍‌ଏଚ୍‌ଜି ମହିଳା, ତୁରେକେଲା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ତୁରେକେଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ମଧ୍ୟ ଓଡିଆ ଭାଷା ସମ୍ମିଳନୀ ତଥା ଭାଷା ଅତୀତର ଅସ୍ତିତ୍ୱ ଭାଷା ହିଁ ଭବିଷ୍ୟତ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର, ଅଙ୍ଗନୱାଡ଼ି କର୍ମଚାରୀ, ଆଶା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.