ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟସ୍ତରରେ ଖ୍ୟାତିସମ୍ପନ୍ନ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟାଙ୍ଗନା ଡଃ. ଅଳକା ସାହୁ (୫୦) ସୋମବାର ସକାଳୁ ଅଚାନକ ତାଙ୍କରି ସ୍ଵାସ୍ଥ୍ୟ ସମସ୍ୟା ଉପୁଜି ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମ୍ୟାଡମଙ୍କ ଅଚାନକ ରକ୍ତଚାପ ଯୋଗୁଁ ମୁଣ୍ଡବିନ୍ଧା ଆରମ୍ଭ ହୋଇ ଜଟିଳ ଅବସ୍ଥାରେ ଗୁରୁତର ହୋଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଏହି ଖବର ଶୁଣି ଛତ୍ରପୁର ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିଥିଲେ । ଛତ୍ରପୁର କୋରିଓ ଗ୍ରେଫର୍ ଆସୋସିଏସନର ସଦସ୍ୟ ଏବଂ ତାଙ୍କରି ବହୁ ଶିଷ୍ୟମାନେ ପହଞ୍ଚିଛନ୍ତି । ହସ୍ପିଟାଲ୍ ସ୍ୱାସ୍ଥ୍ୟ ଅଧିକ୍ଷୀକ ଡାକ୍ତର ଅଲେଖ ପ୍ରଧାନ, ହସ୍ପିଟାଲ୍ ମ୍ୟାନେଜର ଗଣେଶ ନାହକଙ୍କ ସମେତ ଷ୍ଟାଫ୍ ନର୍ସଙ୍କ ସହଯୋଗରେ ଅଧିକା ଚିକିତ୍ସା ଜାରୀ ରହିଛି । ଖୁବ୍ ଶୀଘ୍ର ସେ ଆରୋଗ୍ୟ ଲାଭ କରିବା ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ କାମନା କରାଯାଇଛି ।
Prev Post