ରୁଗୁଡିପଡା ସ୍ଥିତ ମ୍ୟୁନିସିପାଲିଟି କଲୋନୀରେ ଘର ଛାତରୁ ଖସିଲା କଂକ୍ରିଟ : ମା’ ଝିଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରୁଗୁଡିପଡା ସ୍ଥିତ ମ୍ୟୁନିସିପାଲିଟି କଲୋନୀରେ ଥିବା ଏକ ଘରର ଛାତରୁ କଂକ୍ରିଟ ପଡିଯିବାରୁ ମା’ ଝିଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ଖବର ମିଳିଛି । ଗୁରୁତର ଦ୍ୱୟ ହେଲେ ମ୍ୟୁନିସିପାଲିଟିର ଅବରସରପ୍ରାପ୍ତ କର୍ମଚାରୀ ଗାୟତ୍ରୀ କୁମ୍ଭାର(୭୫) ଓ ତାଙ୍କ ଝିଅ ୪୨ ବର୍ଷୀୟା ଆରତୀ । ସୂଚନା ଅନୁସାରେ, ମା’ ଝିଅ ବସି କଥାବାର୍ତ୍ତା ହେଉଥିବା ସମୟରେ ହଠାତ୍‌ ଘରର ଛାତରୁ କଂକ୍ରିଟ ଖସି ସେମାନଙ୍କ ମୁଣ୍ଡ ଉପରେ ପଡିଥିଲା । ତେବେ ଖମର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିବା ବେଳେ ମା’ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ରେଫର୍‌ କରିଛନ୍ତି ଡାକ୍ତର । ଅନ୍ୟପଟେ ୪୨ ବର୍ଷୀୟା ଆରତୀଙ୍କୁ ବଲାଙ୍ଗିର ହସପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡିଛି ।

Leave A Reply

Your email address will not be published.