ଆସିଷ୍ଟାଣ୍ଟ ସମ୍ପାଦକଙ୍କ ଭରସାରେ ଟିକ୍ରାପଡା ସମବାୟ ସମିତି : ୪ ବର୍ଷ ହେଲା ଛୁଟିରେ ରହିଛନ୍ତି ସମ୍ପାଦକ, ନୂଆ ସମ୍ପାଦକ ନିଯୁକ୍ତି ପାଇଁ ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ସରକାର ସମବାୟ ସମିତିଗୁଡ଼ିକୁ ସୁଦୃଢ କରିବା ପାଇଁ ଚାଷୀମାନଙ୍କୁ କୃଷି ଋଣ ଯୋଗାଇବା ସହ ସାର ବିକ୍ରି କରିବା ପର୍ଯ୍ୟ୍‌ନ୍ତ କାର୍ଯ୍ୟ ତୁଲାଇଥିବା ବେଳେ ସବୁଠାରୁ ମହତ୍ୱପୂର୍ଣ୍ଣ ଧାନମଣ୍ଡି କାର୍ଯ୍ୟ ମଧ୍ୟ ସମବାୟ ସମିତି ଦ୍ୱାରା ପରିଚାଳିତ ହେଉଛି । କିନ୍ତୁ ପ୍ରଶାସନିକ ଉଦାସୀନତା ଯୋଗୁଁ ପେକ୍ସ ଗୁଡିକରେ କର୍ମଚାରୀମାନେ ନିୟମିତ ଭାବରେ କାର୍ଯ୍ୟ ସମ୍ପାଦନ କରୁନଥିବା ଭଳି ଅଭିଯୋଗ ମଧ୍ୟ ବାରମ୍ବାର ହେଉଛି । ଏଥିରେ ଜୈନିକ ସମବାୟ ସମ୍ପାଦକ ଦୀର୍ଘ ୪ ବର୍ଷରୁ ଅଧିକ ହେବ ଛୁଟିରେ ରହୁଥିବା ବେଳେ ଜଣେ ଆସିଷ୍ଟାଣ୍ଟ ସମ୍ପାଦକଙ୍କ ଭରସାରେ ପେକ୍ସ ପରିଚାଳିତ ହେଉଥିବା ଦେଖିବାକୁ ମିଳିଛି । ଏପରି ଘଟଣା ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅଧୀନରେ ଥିବା ଟିକ୍ରାପଡା ସମବାୟ ସମିତିରେ ପ୍ରଶାସନ ନୀରବଦ୍ରଷ୍ଟା ହୋଇଥିବା ଅଭିଯୋଗ ହେଉଛି । ପ୍ରକାଶ ଯେ, ଏହି ପେକ୍ସ ଦାୟିତ୍ୱରେ ଥିବା ସମ୍ପାଦକ ଧର୍ମେନ୍ଦ୍ର ପଣ୍ଡା ଦୀର୍ଘ ୪ ବର୍ଷରୁ ଅଧିକ ହେବ ସମବାୟ ସମିତି ଅଫିସକୁ ଆସୁ ନଥିବା ବେଳେ ତାଙ୍କ ସ୍ଥାନରେ ଆସିଷ୍ଟାଣ୍ଟ ସମ୍ପାଦକ ରୋହିତ ତାଣ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି । ଯାହା ଫଳରେ ଚାଷୀମାନେ ନିଜସ୍ଵ ସମବାୟ ସମିତିରୁ ସଠିକ୍‌ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଅପର ପକ୍ଷରେ ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଟ ସମ୍ପାଦକ ମନମୁଖୀ କାର୍ଯ୍ୟ ତୁଲାଉଥିବା ସହ ଚାଷୀମାନଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରି ଆସୁଥିବା ଅଭିଯୋଗ ହେଉଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ଧାନମଣ୍ଡି ସମୟରେ ନିଜ ପଦବୀର ଅପବ୍ୟବହାର କରି ଦଲାଲ ଓ ମିଲର୍ସମାନଙ୍କ ସହ ହାତ ମିଶାଇ ଚାଷୀମାନଙ୍କଠାରୁ କଟନୀ ଛଟନୀ କରି ମାଲେମାଲ ହେଉଥିବା ଚାଷୀମାନଙ୍କ ତରଫରୁ ଅଭିଯୋଗ ହେଉଛି । କିନ୍ତୁ ଏହି ପେସ୍କରେ ଦୀର୍ଘ ଦିନ ଧରି କୋଣସି କାରଣରୁ ଜଣେ କର୍ମଚାରୀ ଅନୁପସ୍ଥିତ ରହିବା ସତ୍ୱେ ତାଙ୍କ ସ୍ଥାନରେ ନୂତନ ସମ୍ପାଦକ ନିଯୁକ୍ତି ନ କରିବା ଘଟଣାଟି ରହସ୍ୟାବୃତ ହୋଇ ରହିଥିବା ସାଧାରଣରେ ଆଲୋଚନା ହେଉଛି । ସରକାର ନିୟମ ମୁତାବକ ସମ୍ପାଦକ କେତେ ଦିନ ଛୁଟିରେ ରହିବା ପରେ ମଧ୍ୟ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଞ୍ଚଳରେ ନା ନା ପ୍ରକାର ଆଲୋଚନା ହେଉଛି । ତାଙ୍କ ସ୍ଥାନରେ କେତେ ଦିନ ମଧ୍ୟରେ ନୂତନ ନିଯୁକ୍ତି ଦିଆଯିବ ଆବଶ୍ୟକ ଗତ ବ୍ୟବସ୍ଥା ରହିଛି । ସେଥିପ୍ରତି ପ୍ରଶାସନ ଯତ୍ନବାନ ଅଛନ୍ତି କି ନାହିଁ ବୋଲି ବୃଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ସମ୍ପର୍କରେ ଟିଟିଲାଗଡ଼ ସମବାୟ ଏ ଆର ରାଧାକୃଷ୍ଣ ମେହେରଙ୍କୁ ପଚାରିବାରୁ ସମ୍ପାଦକ ଜଣକ ଦୀର୍ଘ ଦିନ ଛୁଟିରେ ଥିଲେ । ସେ କାର୍ଯ୍ୟ ଯୋଗଦେବା ପାଇଁ ଆସିଥିବା ବେଳେ ସମବାୟ ସମିତିର କମିଟି ତରଫରୁ ତାଙ୍କୁ ଯୋଗଦାନ କରିବା ପାଇଁ ମନା କରିଦେଲେ । ଏପରିକି ସେ ଭିଜିଲାନ୍ସ ମାମଲାରେ ଜଡିତ ଥିବା ମଧ୍ୟ କହିଥିଲେ । ଉକ୍ତ ପେକ୍ସକୁ ଆସିଷ୍ଟାଣ୍ଟ ସମ୍ପାଦକ ଦାୟିତ୍ୱରେ ଅଛି ତାହା ଉପରେ ମଧ୍ୟ ନଜର ଥିବା ପ୍ରକାଶ କରିଥିଲେ । ଏଣୁ ଆସନ୍ତା ଖରିଫଋତୁ ପାଇଁ ନିକଟ ଭବିଷ୍ୟତରେ ଆରମ୍ଭ ହେବାକୁ ଯାଉଥିବା ଧାନମଣ୍ଡି ପୂର୍ବରୁ ଜିଲ୍ଲା ପ୍ରଶାସନ ଏଠାରେ ସ୍ଥାୟୀ ସମ୍ପାଦକ ନିଯୁକ୍ତି କରିବା ପାଇଁ ଜନସାଧାରଣ ଦାବୀ ହେଉଛି ।

Leave A Reply

Your email address will not be published.