- ନାରୀ ଶକ୍ତି ସେବା ସମ୍ମାନ ସମାରୋହ ଅନୁଷ୍ଠିତ ନାରୀଙ୍କୁ ସମ୍ମାନୀତ
ରାଉରକେଲା, (ସସ୍ମିତା ପ୍ରଧାନ) : ମାନ୍ୟବର ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କ ଆୟୋଜନରେ ଆଜି ସେକ୍ଟର- ୫, ସ୍ଥିତ ଭଞ୍ଜ ଭବନ ଅଡିଟୋରିୟମ ପ୍ରୋକ୍ଷାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାରୀ ଶକ୍ତି ସେବା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ଥିଲା । ଆୟୋଜକ ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ, ମୁଖ୍ୟ ଅତିଥି ମାରୱାଡ଼ି ଯୁବ ମଞ୍ଚ ସଭାପତି ଶ୍ରୀମତୀ ଅନାମିକା ମିତ୍ତଲ , ମୁଖ୍ୟ ବକ୍ତା ସମିତା ମିଶ୍ର, ଅତିଥି ଶ୍ରୀମତୀ ପଦ୍ମିନୀ ପାଣିଗ୍ରାହୀ ଓ ଶ୍ରୀମତୀ କଳ୍ପନା ସତପଥୀ ଆଦି ଅତିଥି ବୃନ୍ଦ ଦୀପ ପ୍ରଜ୍ବଳନ କରିଥିଲେ । ପ୍ରାରମ୍ଭରେ ବିଧାୟକ ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ନାରୀ ଘର, ସମାଜ ଓ ଦେଶକୁ ଶକ୍ତି ଶାଳୀ, ସମୃଦ୍ଧି ଓ ସୁସ୍ଥ ସମାଜ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପ୍ରକଟ କରିଥିଲେ ଓ ଏହି ଉପଲକ୍ଷେ ସେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇ ଥିଲେ । ମୁଖ୍ୟ ଅତିଥି ଅନାମିକା ମିତ୍ତଲ ମହିଳାଙ୍କ କର୍ମ ହି ଏକ ସୃଦୃଢ଼ ସମାଜ ଗଠନ କରିବାରେ ନିର୍ଭର କରେ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ସମୀତା ମିଶ୍ର ଅନ୍ତର୍ଜାତୀୟ ମହିଳା ଦିବସର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ହୋଇ ଥିବା କ୍ରାନ୍ତିକାରୀ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ମହିଳା ମାନେ ଶିକ୍ଷିତ ଓ ଆତ୍ମ ନିର୍ଭରଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ । ମହିଳା ମାନେ ନାଗରିକ ହିସାବରେ କିଭଳି ଅଧିକାର ପାଇଁ ଛନ୍ତି ତା ଉପରେ ଆଲୋକପାତ୍ କରିଥିଲେ ।ବିଶେଷ ଅତିଥି ପଦ୍ମିନୀ ପାଣିଗ୍ରାହୀ ଓ ଶ୍ରୀମତୀ କଳ୍ପନା ସତପଥୀ ନାରୀ ଶକ୍ତି ସବୁ କ୍ଷେତ୍ରରେ ଆଗୁଆ ରହିବା ସହିତ ତାଳସ୍ତରୁ ରଷ୍ଟ୍ରପତି ପଦବୀ ଆଦି ସବୁ କ୍ଷେତ୍ରରେ ଅବସ୍ଥାପିତ ଅଛନ୍ତି ବୋଲି କହିଥିଲେ । ଉପୋରକ୍ତ ଅତିଥି ମାନଙ୍କ ସହିତ ବିଜେପିର ବରିଷ୍ଠ ନେତା ଲତିକା ପଟ୍ଟନାୟକ, ପ୍ରମିଳା ଦାସ, ଧୀରେ୍ନ ସେନାପତି, ଗଙ୍ଗାଧର ଦାଶ, କଳ୍ପନା ଲେଙ୍କା, ପ୍ରମିଳା ସୁନା, ଆଶା ନାଇଡୁ, ଚନ୍ଦ୍ର ଶେଖର ସତପଥୀ ଆଦି ନାରୀମାନେ ନିଜ ଜୀବନରେ ସଂଘର୍ଷରେ ସମ୍ମୁଖୀନ ହୋଇ ସାମାଜିକ କ୍ଷେତ୍ରରେ ସୃଷ୍ଟି କରିଥିବା ଆଦର୍ଶ କୁ ଓ ନାରୀ ଶକ୍ତିର ମର୍ଯ୍ୟାଦା କୁ ଆଦର କରି ସୁମିତ୍ରା ମହାପାତ୍ର, ରଶ୍ମିତା ପଣ୍ଡା, ଆରତୀ କର, ନିତମ୍ଵିନି ସ୍ୱାଇଁ, ମନୋରମା ରାଉତ, ବିଷ୍ଣୁ ପ୍ରିୟା ଦାଶ, କଲ୍ୟାଣୀ ଦାସ, ରସ୍ମିରେଖ ମିଶ୍ର, ତୃପ୍ତିମୟୀ ଦିୱେଦୀ, ଦେବସ୍ମିତା ମହାନ୍ତି, ଗୌରୀ ନାଗ, ମୌସୁମୀ ରାୟ ତପଦାର , ସୁରଭୀ ମଲ୍ଲିକ, ସୌମ୍ୟ ମହାପାତ୍ର, ସୁଚିତ୍ରା ଡିୱେଦୀ, ସୁନୀତା ଜୟପୁରିଆ, ଅଞ୍ଜଳି ମହାନନ୍ଦ, ରେଣୁ ତନ୍ତୀ, ସଂଯୁକ୍ତା ପାତ୍ର, ବେବୀବାଲା ମହାନ୍ତି, ଦେବକୀ ବିଶୋଇ, ଶୁମନ୍ତ୍ରୀ ନାୟକ, ସୁମନ୍ତ୍ରୀ ଦେବୀ , ସୁଜ୍ଞାନି କୁମାରୀ ବାରିକ, କଳ୍ପନା କୁମ୍ଭାର, ମମତା କେତୀୟର, ଭାରତୀ ସିଂ ଓ ସାଗରିକା ମହାନ୍ତି ଆଦିଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ, ଉତ୍ତରୀୟ, ଓ ଫଳକ ପ୍ରଦାନ କରି ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟରେ ଅଂଶ ଗ୍ରହଣ କରି ଅତି ଚମତ୍କର ପ୍ରଦର୍ଶନ କରିଥିଲେ ଅଷ୍ଟ ସଖୀ କଳା ସଙ୍ଗମ, ରାଉଲକେଲା ଓମ୍ ଶାନ୍ତି ଆଦିବାସୀ ନୃତ୍ୟ, ପତଂଜଳି ଯୋଗ କେନ୍ଦ୍ର ସେକ୍ଟର -୨୦, ଯୋଗ ନୃତ୍ୟ, ସୋଲ ନୃତ୍ୟ କରିଥଲେ ସାଗରିକା ମହାନ୍ତି। ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଏହି ମଣ୍ଡଳର ମଣ୍ଡଳ ସଭାପତି ମମତା ରାଉତ। ବିଭିନ୍ନ ସଙ୍ଗଠନର ସହସ୍ରାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦାନ୍ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।