oom

ରାଉରକେଲା କଲେଜର ପ୍ରବାସୀ ଭାରତୀୟ ଦିବସ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ତରଫରୁ ୧୮ତମ ପ୍ରବାସୀ ଭାରତୀୟ ଦିବସ ଓ ପୁରସ୍କାର ବିତରଣ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ନୋଡାଲ ଅଫିସର ପ୍ରଫେସର ତରଣୀ ନାୟକଙ୍କ ସଂଯୋଜନା ଓ ଅନ୍ୟତମ ନୋଡାଲ ଅଫିସର ପ୍ରଫେସର ରଞ୍ଜିତ ପ୍ରଧାନଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ଜେନା ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ପ୍ରଫେସର ତପସ୍ୱିନୀ ମିଶ୍ର, ପ୍ରଫେସର ରଶ୍ମିରଞ୍ଜନ ରାଉତ, ପ୍ରଫେସର ମନୋଜ କୁମାର ଦଳେଇ, ପ୍ରଧ୍ୟାପିକା ବନ୍ଦନା ସୋରେନ ପ୍ରମୁଖ ଯୋଗଦେଇ ଏହି ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ତ ଅତିଥି ସେମାନଙ୍କ ବକ୍ତବ୍ୟରେ ପ୍ରବାସୀ ଭାରତୀୟଙ୍କ ସାମାଜିକ, ଅର୍ଥନୈତିକ, ଅବଦାନ ଭାରତ ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରବାସୀ ଭାରତୀୟମାନେ ଦେଶ ବିଦେଶରେ ଭାରତୀୟ ସଂସ୍କୃତି, ମୂଲ୍ୟବୋଧ ସମ୍ପର୍କରେ ପ୍ରଚାର ପ୍ରସାର କରିବା ସହ ଭାରତର ସ୍ୱତନ୍ତ୍ରତାକୁ ଆଗକୁ ନେବାପାଇଁ ଚେଷ୍ଟାରତ ବୋଲି କହିଥିଲେ । ଏହା ଏକ ଓଡ଼ିଶା ସରକାରଙ୍କ ଅଭିନବ ପ୍ରଚେଷ୍ଟା ବୋଲି ମତ ରଖିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜର ଭାରତୀ ବରୁଆ, କରୁଣାକର ପାଟ୍ଟଶାଣୀ, ଜିତେନ୍ଦ୍ର ଡାକୁଆ, ଗୋକୁଳିଚରଣ ପ୍ରଧାନ, ରାଜକୁମାର ସାହୁ, ସ୍ୱାତିସ୍ମିତା ସାହୁ, ପ୍ରିୟଙ୍କା ପଲେଇ, ସନ୍ତୋଷ କୁମାର ରଜାକ, ଗିରିଶ ପରିଡ଼ା, ଶୈଳବାଳା ବିଶ୍ୱାଳ, ଶିବାନୀ ପଣ୍ଡା, ଅନାମିକା କୁଲୁ, ପ୍ରତିଭା ମହାନ୍ତି, ନମିତା ଜେନା, ଅନିତା ପ୍ରଜାପତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଂଯୋଜକ ଶ୍ରୀ ନାୟକ ଅତିଥି ପରିଚୟ ଶେଷରେ ଆବାହକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.