centurian jitm

ରାମଲୀଳା ନାଟକ ଆରଣ୍ୟକାଣ୍ଡ ଆରମ୍ଭ ଭରତ ମିଳନ ଓ ସୁର୍ପନକା ନାଶା କର୍ଣ୍ଣ ଛେଦନ ନାଟକ ମଂଚସ୍ଥ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥପଡାରେ ରାମଜୀ ନାଟକ ସଂସଦ ଦ୍ୱାରା ଆୟୋଜିତ ରାମଲୀଳା ନାଟକ ଭରତ ମିଳନ, ବନ ବିହାର ଓ ପଂଚବଟି ପ୍ରବେଶ, କୁଟିରରେ ରୋଦନ, ସୁର୍ପନକା ନାଶା କର୍ଣ୍ଣ ଛେଦନ, ରାବଣଙ୍କୁ ଯାଇ ଭଉଣୀ ସୁର୍ପନକା ରାବଣଙ୍କ ଦରବାରରେ ପ୍ରକାଶିତ କରିଥିଲେ । ରାବଣ ଉତ୍ତେଜିତ ହୋଇ ଜଟାଧାରୀଙ୍କୁ କରିବି ବଧ, ସୀତାଙ୍କୁ କରିବି ହରଣ, ମନ୍ଦୋଦରୀ ବୁଝାଇଥିଲେ, ଏହାପରେ ମାରିଚକୁ ଡାକି ମାୟା ମିରିଗ ରୂପ ନେବା ପାଇଁ ରାବଣ କରିଥିଲେ ନିବେଦନ । ବେଶ ଏହି ନାଟକକୁ ଦେଖିବା ପାଇଁ ଦର୍ଶକଙ୍କ ବେଶ୍‌ ଭିଡ ଜମିଥିବା ବେଳେ ସୁର୍ପନକାର ନୃତ୍ୟ ବେଶ୍‌ ଲୋକଙ୍କୁ ମନ ଛୁଇଁଥିଲା । ଗୁରୁଶ୍ରୀ ବାଳମୁକୁନ୍ଦ ବେହେରାଙ୍କ ନିର୍ଦ୍ଦେଶରେ ବସ୍ୟସଦାଶିବ ରଚିତ ଗୀତ ନାଟକରେ ନାଟ୍ୟ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଗୀତ ଗାଇଥିଲେ କଣ୍ଠ ଶିଳ୍ପୀ ଶ୍ରୀୟା ପଟେଲ । କଳାକାରମାନଙ୍କୁ ରଙ୍ଗତୋଳି ଓ ସାଜସଜ୍ୟା କରିଥିଲେ ମନୋରଂଜନ ବେହେରା, ବଳଦେବ ରାଉତ, ଶ୍ୟାମ ସୁନ୍ଦର ସାଏ, ସଂଜିବ ଦଲାଇ । ମଂଚ ଅଭିନୟ ପାଇଁ ବେଶ୍‌ ସଜାସଜି କରୁଥିବା ନିର୍ଦ୍ଦେଶନା ଦେଇଛନ୍ତି ରାମ ନାରାୟଣ ନାଏକ । ସୁର୍ପନକା ଅଭିନୟରେ ଚୈତନ୍ୟ । ୩୦ ବର୍ଷର ଅଭିନୟ ଯାତ୍ରା ବଲାଙ୍ଗିର ସହରର ହାତିଶାଳ ପଡାର ଚୈତନ୍ୟ ମଟାରୀ ଦିର୍ଘ ୩୦ ବର୍ଷରୁ ଉର୍ଦ୍ଦର ହେବ ବିଭିନ୍ନ ଅଭିନୟରେ ନାଟକ ପରିବେଷଣ କରୁଥିବା ବେଳେ ଶଲାବୁଢା, ଆଦିମ ବିଚାରରେ ଅଭିନୟ ଓ ମେକ୍‌ ଅପ୍‌ ମ୍ୟାନରେ ବେଶ ଜଣାଶୁଣା । ବଲାଙ୍ଗିର ରାମଲୀଳା ନାଟକରେ ସେ ବିଭିନ୍ନ ଭୂମିକାରେ ବେଶ ଚର୍ଚ୍ଚାରେ ଥିବା ବେଳେ ଦିର୍ଘ ୩୦ ବର୍ଷରୁ ଉର୍ଦ୍ଧ ହେବ ସୁର୍ପନକା ଭୂମିକାରେ ବେଶ୍‌ ଅଭିନୟ କରିଆସୁଛନ୍ତି । ବୟସ ପାଖାପାଖି ୭୦ ବର୍ଷ । କଳାକାର ଜିବନ ହାର ମାନିଛି । ତେବେ ୧୫୦ ବର୍ଷର ପାଟଣାର କାଠ ମୁଖା ପିନ୍ଧି ଏବେ ବି ଅଭିନୟ ବଂଚାଇଛନ୍ତି ଚୈତନ୍ୟ ।

Leave A Reply

Your email address will not be published.