ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ବିଜେପି ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତିର ଜନକ ମହାତ୍ମା ଗାନ୍ଧୀଜୀଙ୍କ ପୁଣ୍ୟତିଥି ଅବସରରେ ଆଜି ସ୍ୱଚ୍ଛ ଭାରତ ଅଭିଯାନ ରାଉରକେଲାର ସେକ୍ଟର ୩ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ଓ ତତ୍ ସଂଲଗ୍ନ ପରିସରରେ ବିଜେପି ଜିଲ୍ଲା ତରଫରୁ କରାଯାଇଥିଲା । ରଘୁନାଥପଲ୍ଲୀ ବିଧାୟକ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ପହଞ୍ଚିଥିଲେ । ସେ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ସର୍ବପ୍ରଥମେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ତତ୍ ପରେ ସେ ଝାଡୁ ଧରି କର୍ମୀଙ୍କ ସହ ସଫେଇ କାର୍ଯ୍ୟ କରିବା ସହିତ ପାଣି ଢାଳି ମଣ୍ଡପକୁ ଧୋଇଥିଲେ । ଶ୍ରୀ ତନ୍ତୀ ସ୍ୱଚ୍ଛତା ଅଭିଯାନ ଉପରେ ଜନସଚେତନତା କରିବା ସହିତ ସମସ୍ତେ ନିଜର ପାଖଆଖକୁ ସଫା ସୁତୁରା ରଖିବା ପାଇଁ ପରାମର୍ଶ ଦେଇଥିଲେ । ଗାନ୍ଧିଜୀଙ୍କ ସ୍ୱପ୍ନକୁ ସାକାର କରିବାକୁ ହେଲେ ଆମେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ପ୍ରକାଶ କରିଥିଲେ । ଏହାପରେ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆମ୍ବଗାନ ସ୍ଥିତ ମହାତ୍ମା ଗାନ୍ଧୀ ଉଦ୍ୟାନରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେ କର୍ମୀଙ୍କ ସହିତ ମିଶି ଝାଡୁ ଧରି ସଫେଇ କାର୍ଯ୍ୟ ସେହି ଉଦ୍ୟାନ ପରିସର ଓ ମୁଖଦ୍ୱାରରେ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ଆଲୋକ ନାୟକ, ଅଜୟ କଂସାରୀ, ଅକ୍ଷୟ କୁମାର ଦାଶ, ପ୍ରଫୁଲ କୁମାର ମିଶ୍ର, ମନୋରଞ୍ଜନ ମୁନି, ସୁଶିଲ ସେଠି, ରଞ୍ଜିତା କିସ୍ ପଟ୍ଟା, ମମତା ମହାନ୍ତି, ପ୍ରତିମା ରାଉତ, ସନ୍ତୋଷ ବିରାଟ, ପ୍ରଦୀପ ପଟ୍ଟନାୟକ, ଗୌତମ ଡୁଙ୍ଗୁରି, ପ୍ରଭାସିନୀ ଡୁଙ୍ଗୁରୁ, ଗୌତମ ବାଡ଼ା, ପ୍ରସାଦିନ ମଲ୍ଲିକ, ମନୋଜ ପଟ୍ଟନାୟକ, ନିନରାନୀ ଜେନା, ମନୋଜ ସାହୁ, ସୁଦାମ ସାହୁ, ସବିନା ମହାନ୍ତ, ସୁରଭି ମଲ୍ଲିକ, ଟିକେଶ୍ୱର ତାଣ୍ଡିଆ, ସଂଗୀତା ଏକ୍କା, ରାଜେନ୍ଦ୍ର ପଟ୍ଟନାୟକ, ଦୀପା ସାହୁ, ଲତା ପଟ୍ଟନାୟକ, ଚଞ୍ଚଳାଙ୍କ ସମେତ ଶତାଧିକ ଅଂଶଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.