jayashree

୨ୟ ସେମିଫାଇନାଲରେ କଣ୍ଟାବାଞ୍ଜି କୋଷ୍ଟାଲ ୧୧କୁ ହରାଇ ଫାଇନାଲରେ ସମ୍ବଲପୁର ଭାରତ କ୍ଲବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ବଲାଙ୍ଗିର ଫ୍ରେଣ୍ଡସ କ୍ଲବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରବିବାର ୨ୟ ସେମିଫାଇନାଲରେ ପ୍ରତିଯୋଗିତାର ଷଷ୍ଠ ଦିବସରେ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧକ୍ଷ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲା କ୍ରୀଡାଧିକାରୀ ପରାସର ବାଗ, ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଶିବ ପ୍ରସାଦ ପରିଡ଼ା, ବଲାଙ୍ଗିର ହୋଟେଲ ସଙ୍ଘ ସାଧାରଣ ସମ୍ପାଦକ ରବି ନାରାୟଣ ପୁଝାରି, ବଲାଙ୍ଗିର ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଙ୍ଘ ସଭାପତି ଶମ୍ଭୁ ନାଗ, କ୍ଲବ ସମ୍ପାଦକ ଜଗନ୍ନାଥ ମିଶ୍ର ଏବଂ କୋଷାଧକ୍ଷ ରଂଜିତ ବେହେରା ମଂଚାସୀନ ଥିଲେ । ଶଶିକାନ୍ତ ଦାସୀଆ, ସୁଦର୍ଶନ ସେଠ, ଜିତୁ ଦଳେଇ, ବୈକୁଣ୍ଠ ଜେନା ଖେଳକୁ ପରିଚାଳନା କରିଥିବା ବେଳେ ମ୍ୟାଚ୍‌ କମିସନର ଭାବରେ ସୁନୀଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ଆଜିର ଏହି ଷଷ୍ଠ ଦିନର ଖେଳରେ ଭାରତ କ୍ଲବ ସମ୍ବଲପୁର ଏବଂ କୋଷ୍ଟାଲ ୧୧ କଣ୍ଟାବାଞ୍ଜି ମଧ୍ୟରେ ହୋଇଥିଲା । ସଂଘର୍ଷପୂଣ୍ଣ ଏହି ଖେଳରେ ମ୍ୟାଚ୍‌ଟି ଅମିମାଶିଂତ ରହିଥିଲା । ଟ୍ରାଇବ୍ରେକରରେ ଭାରତ କ୍ଲବ ସମ୍ବଲପୁର ଦଳ ବିଜୟୀ ହୋଇଥିଲା । ଆଜିର ଷଷ୍ଠ ଦିନର ଦ୍ଵିତୀୟ ସେମିଫାଇନାଲରେ ବଲାଙ୍ଗିର ବିଶିଷ୍ଠ କ୍ରିଡାବିତ୍‌ ଜ୍ୟୋତି ନାଗ, ଶାନ୍ତନୁ ମିଶ୍ର, ସୁନିଲ ବିଶ୍ୱାଳ ଓ ଶତ୍ରୁଘନ ସିଂହଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । ବୁଦ୍ଧିରାଜ ବିଶ୍ୱାଳ, ଖୀତେସ୍ୱର ବିଶ୍ୱାଳ, ଯତୀନ୍ଦ୍ର ମିଶ୍ର, କୃଷ୍ଣ ଚନ୍ଦ୍ର ମିଶ୍ର, ରାଜକୁମାର ପାଣିଗ୍ରାହୀ, ଜୟ ନାରାୟଣ ବହିଦାର, ପବିତ୍ର ଖୁଣ୍ଟିଆ, ଲକ୍ଷ୍ମୀ ସ୍ୱାଇଁ, ପିଣ୍ଟୁ ପୁରୋହିତ, କିଶୋର ଦଣ୍ଡସେନା, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର, ଧର୍ମେନ୍ଦ୍ର କୁମ୍ଭାର, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରିପାଠୀ, ଦେବେନ ପାତ୍ର, ବିଭୁତି ସ୍ୱାଇଁ, ସନତ ତ୍ରିପାଠୀ, ଟିକୁ ପରିଚ୍ଛା, ନିତ୍ୟା ପଧାନ, ବିକାଶ ସା, ବିନୋଦ କାଲସାଏ, ସରୋଜ ସାହୁ, ଇନ୍ଦ୍ରମଣି ନନ୍ଦ, ମଣ୍ଟୁ ମିଶ୍ର, ସୂର୍ଯ୍ୟ ମେହେର, ଅରୌରଞ୍ଜନ ମହାପାତ୍ର, ବିଜୟ ପଧାନ, ମନୋଜ ଦୀପ, ପ୍ରଶାନ୍ତ ସେଠ, କମ୍ବୁ ତ୍ରିପାଠୀ, ମୁନା ପାଳ, କାଳିଆ ଜେନା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲି ଫାଇନାଲରେ ଭାରତ କ୍ଲବ ସମ୍ବଲପୁର ଏବଂ କଦଳୀପାଲି ବରଗଡ଼ ମଧ୍ୟରେ ଦିବା ୩ଟା ସମୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୁଚନା ଦେଇଛନ୍ତି । ମଧୁ ବନଛୋର ଖେଳ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.