oom

ୱିଲଡ୍‌ ଭାରତ ଲିଡର୍‌ ସିପ୍‌ ଆୱାର୍ଡ଼ ପାଇଲେ ଅଭୟ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ହାପୀ ମୋମେଣ୍ଟ ଇଣ୍ଡିଆ ଦ୍ୱାରା ଏକ ସାମାଜିକ କାର୍ଯ୍ୟକ୍ରମ ତଥା ସମ୍ୱର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମାନୋତ୍ସବରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ବରକାନୀ ଗାଁର ଅଭୟ ଚରଣ ତ୍ରିପାଠୀ ୱିଲଡ୍‌ ଭାରତ ଲିଡର୍‌ ସିପ୍‌ ଆୱାର୍ଡ଼ -୨୦୨୪’ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ରାମଚନ୍ଦ୍ରପୁର କନ୍ୟାଶ୍ରମରେ ଶିକ୍ଷକ ଭାବରେ କାର୍ଯ୍ୟରତ । ବିଦ୍ୟାଳୟ ଶିକ୍ଷା ପରେ ପ୍ରତ୍ୟେକ ଦିନ ମାଗଣା କୋଚିଂ ଦେଇ ୨୦୦ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଧାନ୍ୟ ଦେଉଥିବାରୁ ତାଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ହାପି ମୋମେଣ୍ଟ ଇଣ୍ଡିଆର ମୁଖ୍ୟ ରାଜେନ୍ଦ୍ର ପଣ୍ଡା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମୁଖ୍ୟ ବକ୍ତା ଆଧ୍ୟାତ୍ମିକ ଗୁରୁ ପ୍ରଶାନ୍ତ ଶତପଥୀ, ସମ୍ମାନିତ ଅତିଥି ଭାବରେ ଜଗା କାଳିଆ ଫାଉଣ୍ଡେସନ୍‌ ଦିଲ୍ଲୀର ଅଧ୍ୟକ୍ଷ ଉମାକାନ୍ତ ଜେନା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.