ହାପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ଭାରତ ନିର୍ମାଣ ସମ୍ମାନ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ହାପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ଭାରତ ନିର୍ମାଣ ସମ୍ମାନ ଏବଂ ସର୍ବଭାରତୀୟ ସ୍ତରର ଶିଶୁ କଳାକାର ସମ୍ମାନ ଉତ୍ସବ ଭୁବନେଶ୍ୱର କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥିଭାବେ ସାଂସ୍କୃତିକ ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାୟ, ମୁଖ୍ୟ ବକ୍ତାଭାବେ ପିତବାସ ମିଶ୍ର, ଏହି କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ଏବଂ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ସ୍ୱତନ୍ତ୍ର ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟ ଶିଳ୍ପୀ ରୋଜାଲିନ ସୁନ୍ଦରରାୟ । ଅନୁଷ୍ଠାନର ରାଜ୍ୟ ସଂଗଠକ ଦିବାକର ଦାସ, ମୋହନ ପଟ୍ଟନାୟକ, ରୋବଟ ହାଇଫିଲ, ଅର୍ଚ୍ଚନା ନାୟକ, ଜୁଲି ସାହୁ, ବିମଲ ହଗନ, ରଶ୍ମିତା ମଲ୍ଲିକ, ସୁଜାତା ନାୟକ, ଭାରତର କୋଣ ଅନୁକୋଣରୁ ପଚାଶଟି ସୁପର ୫୦ ବିଲିଡି ଭାରତ ନିର୍ମାଣରେ ମାନପତ୍ର ଉତରୀୟ ଟ୍ରଫିଦେଇ ସମ୍ମାନିତ କରାଗଲା । ଅନୁଷ୍ଠାନ ତରଫରୁ ଓଡ଼ିଶାର କଟକ, ପୁରୀ, ଭୁବନେଶ୍ୱର, ରାଉରକେଲା ଭଳି ଅନେକ ସ୍ଥାନରୁ ଦୁଇ ମାସ ପରିଶ୍ରମ କରି ୩୦ଜଣ କୃତୀ କଳାକାର ଖୋଜି କରି ପାଇଥିଲେ । ବିଭିନ୍ନ ସମ୍ମାନିତଙ୍କ ମଧ୍ୟରେ ଫିଲ୍ମ ଦୁନିଆର ପ୍ରଛଦପଟର ନିର୍ମାତା ମହେଶ ହାଜରା, ଅର୍ଜୁନ ପୁରସ୍କାର ବିଜେତା ଦୂତୀ ଚାନ୍ଦ, ଖାଦ୍ୟ ରପ୍ତାନକାରୀ ସଂଗୀତା ଦାସ, ଜନନୀ ମିଶ୍ର, ନରେଶ ଆଚାର୍ଯ୍ୟ, ରକ୍ଷକ ନାୟକ, କମଲ ଅଗ୍ରୱାଲ, ବବିତା ମହାନ୍ତି, ପ୍ରଜ୍ଞା ପରିମିତା ପରିଡା, ସୁଦିପ ସାହୁ, ବନ୍ଦୀତା ତ୍ରିପାଠୀ, କୁମାର ବେହେରା, କାର୍ତିକ ରାଉତ, ଗରିମା ପାତ୍ର ପ୍ରମୁଖ ଯୋଗଦେଇ ଥିବାବେଳେ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ସିବାନନ୍ଦ ବାରିକ ଓ ମୋନାଲିସା ସାହୁ ।

jittmm
Leave A Reply

Your email address will not be published.